୩ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଗତ ୨୪ ଘଣ୍ଟାରେ ୨୬୧୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକଟରେ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ରାଜ୍ୟରେ ୨ଲକ୍ଷ ଟପିଛି କରୋନା ସୁସ୍ଥତା ହାର । ଗୋଟିଏ ଦିନରେ ୪ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ସୁସ୍ଥତା ହାର ୮୬ ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ଦୁଇ ଲକ୍ଷ ଦୁଇ ହଜାର ୩୦୨ରେ ପହଞ୍ଚିଛି ।

ଏବେ ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦୈନିକ ପ୍ରାୟ ୫୦ ହଜାର ପାଖାପାଖି କରୋନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ମାତ୍ରା କମିଛି । ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ଦିନକରେ ୨୬୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ସଂକ୍ରମଣ ୧୦୯୬ ରହିଛି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୫ହଜାର ୩୩୦କୁ ବୃଦ୍ଧି ହୋଇଛି ।

ସୋମବାର ଖୋର୍ଦ୍ଧାରୁ ସର୍ବାଧିକ ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ବରଗଡ଼ରୁ ୧୪୮, କଟକରୁ ୧୩୬, କେନ୍ଦ୍ରାପଡାରୁ ୧୩୨, ଅନୁଗୁଳରୁ ୧୧୫, ଯାଜପୁରରୁ ୧୧୨, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୧୦୭, ସମ୍ବଲପୁରରୁ ୧୦୬, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୧, ପୁରୀ ଓ ବାଲେଶ୍ୱରରୁ ୭୯ଜଣ ଲେଖାଏଁ, ଢେଙ୍କାନାଳରୁ ୭୪, ମାଲକାନଗିରିରୁ ୬୭, ନବରଙ୍ଗପୁରରୁ ୫୯, ନୂଆପଡାରୁ ୫୮, ଭଦ୍ରକରୁ ୪୯, ଝାରସୁଗୁଡ଼ାରୁ ୪୬, କଳାହାଣ୍ଡିରୁ ୪୪, ଗଞ୍ଜାମ ଓ କୋରାପୁଟରୁ ୪୩, ନୟାଗଡ଼ରୁ ୩୮, କନ୍ଧମାଳରୁ ୩୨, ରାୟଗଡ଼ାରୁ ୨୬, ସୋନପୁରରୁ ୨୩, ବୌଦ୍ଧ ଓ ଦେଓଗଡ଼ରୁ ୧୮ ଜଣ ଲେଖାଏଁ, ଗଜପତିରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ କରୋନାରେ ଆଉ ୧୭ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକରୁ ୩ଜଣ ଲେଖାଏଁ, ବାଲେଶ୍ୱର, ଭୁବନେଶ୍ୱର ଓ ବୌଦ୍ଧରୁ ୨ଜଣ ଲେଖାଏଁ , ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୯୨୪କୁ ବୃଦ୍ଧି ହୋଇଛି ।

Leave a Reply