ରାଜ୍ୟରେ ସଂକ୍ରମିତ ସଂଖ୍ୟା ୫୪ ହଜାର ପାର, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା କରୋନା ଗ୍ରାଫ୍ ଉପରମୁହାଁ । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତେ ବୃଦ୍ଧି ପାଉଛି । ଗତକାଲି ୧୯୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାରରେ ସର୍ବାଧିକ ୧୯୭୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୯୭୭ ସଂକ୍ରମିତ କରୋନାକୁ ନେଇ ଭୟକୁ ଦୃଢିଭୁତ କରାଇଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୨୪୧ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୭୩୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶୁକ୍ରବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୩୩୨ ଓ ଗଞ୍ଜାମରୁ ୨୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡ଼ରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୭, ବୌଦ୍ଧରୁ ୫, କଟକରୁ ୧୦୧, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୪୦, ଗଜପତିରୁ ୯୩, ଜଗତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୪୮ , କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧୦, କୋରାପୁଟ ୯୦, ମାଲକାନଗିରିରୁ ୫୨, ମୟୁରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୧୭, ନୟାଗଡ଼ରୁ ୭୫, ନୂଆପଡ଼ାରୁ ୨୦, ପୁରୀରୁ ୮୩, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୫୯, ସୁନ୍ଦରଗଡ଼ରୁ ୮୮, ସୋନପୁରରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୩୦ଟି ଜିଲ୍ଲାରୁ ୧୯୭୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୨୪୧ ଓ ଲୋକାଲ କେସ ୭୩୬ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୭ ହଜାର ୯୦୦ ସୁସ୍ଥ ହୋଇଥିବା ବେଳେ ୧୬ ହଜାର ୩୫୩ଟି ସକ୍ରିୟ ମାମଲା ରହିଛି ।

Leave a Reply