ବିଜେଡିରେ ମିଶ୍ରଣ ପର୍ବ, ରଙ୍କନିଧିଙ୍କ ସହ ବିଜେପି ଛାଡ଼ି ଘର ବାହୁଡ଼ିଲେ ଶତାଧିକ କର୍ମୀ

ବ୍ରହ୍ମପୁର: ପୋଲସରାରେ ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ଏହି କର୍ମୀମାନେ ପୁର୍ବରୁ ବିଜେଡିରେ ଥିଲେ କିନ୍ତୁ ସାମାନ୍ୟ ମନମାଳିନ ଯୋଗୁଁ ବିଜେଡି ଛାଡ଼ିଥିଲେ ।

ଏହି ମିଶ୍ରଣ ପର୍ବ ପୋଲସରା ବ୍ଲକ ବେଲ ଗାଁ ପଞ୍ଚାୟତ ବଘାଡି ଗ୍ରାମରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । ଏଥିରେ ବଘାଡି ଗ୍ରାମର ସଭାପତି ରଙ୍କନିଧି ସାହୁ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ରଙ୍କନିଧିଙ୍କ ସହ ଶତାଧିକ କର୍ମୀ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ।

ଗତ ସାଧାରଣ ନିର୍ବାଚନରେ କିଛି ମନମାଳିନ ପାଇଁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ନିଜ ଭୁଲ ବୁଝିପାରି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନକୁ ପୁଣିଥରେ ବିଶ୍ୱାସ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେମାନେ ଘର ବାହୁଡା ହୋଇଛନ୍ତି । ଏହି ଅବସରରେ ବିଜେଡିରେ ଯୋଗଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାକୁ ଆଗେଇ ନେଇ ଗାଁର ବିକାଶକୁ ମିଳିମିଶି ଆଗେଇ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏଥି ସହିତ ଗ୍ରାମବାସୀ ଏକତ୍ରିତ ହୋଇ ବିଜେଡି ଦଳକୁ ମଜୁବୁତ କରିବା ସହ ଗାଁର ବିକାଶକୁ ଗୁରୁତ୍ୱ ଦେବା କଥା କହିଛନ୍ତି ।

Leave a Reply