‘ଅମୃତ’ ଯୋଜନା କ୍ରିୟାନ୍ୱୟନରେ ଅନ୍ୟ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

ଭୁବନେଶ୍ୱର: ‘ଅମୃତ’ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ପୁଣି ଥରେ ୧ ନମ୍ବର ସ୍ଥାନରେ ରହିଛି ।  ଯୋଜନା କ୍ରିୟାନ୍ୱୟନରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇଛି ।ଓଡ଼ିଶାର ସଫଳତା ଉପରେ ଖୋଦ କେନ୍ଦ୍ର ମୋହର ମାରିଛି । ୨୦୧୯ରୁ ଏହି ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ପ୍ରଥମ ସ୍ଥାନରେ ରହିଆସୁଛି । ୨୦୧୮ରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୦୨୦ରେ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି । ସହରାଞ୍ଚଳ ଭିତ୍ତିଭୂମି ବିକାଶ, ସ୍ୱଚ୍ଛତା, ସ୍ମାର୍ଟସିଟି ଗଠନରେ ରାଜ୍ୟ ଏହି ସଫଳତା ପାଇଛି । ଅନ୍ୟପଟେ ଏହି ସଫଳତା ପାଇଁ ଗୃହ ନିର୍ମାଣ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।

ସଫଳତା ଲିଷ୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ 

ସହରାଞ୍ଚଳ ଭିତ୍ତିଭୂମି ବିକାଶ, ସ୍ୱଚ୍ଛତା, ସ୍ମାର୍ଟସିଟି ଗଠନରେ କ୍ଷେତ୍ରରେ ସଫଳତା ପାଇଥିବା ଶ୍ରେଷ୍ଠ ୧୦ଟି ରାଜ୍ୟର ନାଁ ପ୍ରକାଶ କରାଯାଇିଛି । ଏଥିରେ ସବୁଠୁ ଆଗରେ ଓଡ଼ିଶା ଥିବା ବେଳେ ଦ୍ୱିତୀୟ ସ୍ଥାନରେରେ ରହିଛି ଚଣ୍ଡିଗଡ଼ ଏବଂ ତୃତୀୟରେ ରହିଛି ତେଲେଙ୍ଗାନା ରାଜ୍ୟ । ରାଙ୍କ ଅନୁସାରେ ୪ର୍ଥରୁ ୧୦ମ ମଧ୍ୟରେ ଯଥାକ୍ରମେ ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ଼, ଆଣ୍ଡାମାନ ଓ ନିକୋବର ରହିଛନ୍ତି ।

ଅନ୍ୟପକ୍ଷରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଛି । ଅମୃତ ଯୋଜନା ଜରିଆରେ ଲୋକଙ୍କ ପାଖରେ ପିଇବା ପାଣି ଯୋଗାଇବା ସହ ସ୍ୱରେଜ ସିଷ୍ଟଟମ ପ୍ଲାଣ୍ଟ, ପାନୀୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ ,ପାର୍କର ବ୍ୟବସ୍ଥା କରାଯାଇଛି । ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିଲା । ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହା କାର୍ଯ୍ୟକାରୀ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଓଡିଶା ଭାରତର ଏକ ନମ୍ବର ଷ୍ଟେଟ ହୋଇଛି । ଓଡ଼ିଶା ସ୍କୋର କରିଛି ୮୫.୬୭, ଦ୍ୱିତୀୟରେ ଚଣ୍ଡୀଗଡ଼ କରିଛି ୭୫.୦୮। ଆମ ଅର୍ବାନ ବିଭାଗ ତରଫରୁ ସବୁ କାମକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକତା ଦିଆଯାଇଛି । ଭାରତ ସରକାରଙ୍କ ଅର୍ବାନ ବିଭାଗ ଆଜି ଆମ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଅମୃତ ଯୋଜନା କଣ ?

କେନ୍ଦ୍ର ସରକାର ଦେଶର ୫୦୦ ସହରର କାୟାକଳ୍ପ ପାଇଁ ଏହି ଅମୃତ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ଅଟଳ ମିଶନ ଅଫ୍ ରେଜୁଭେସନ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫୋର୍ମେସନ୍ । ଏହି ଯୋଜନାରେ ମାର୍ଚ୍ଚ ୨୦୨୦ ମଧ୍ୟରେ ରେ ୭୭,୬୪୦କୋଟି ଟଙ୍କା ଖର୍ଚ୍ଚ ହେବାର ଥିଲା । ଦେଶର ୫୦୦ସହରରେ ୧୩୯ଲକ୍ଷର ଜଳ କନେକ୍ସନ, ୧୪୫ଲକ୍ଷ ସିଭର କନେକ୍ସନ, ଷ୍ଟୋର୍ମ ୱାଟର, ଡ୍ରେନିଂ ପ୍ରୋଜେକ୍ଟ, ପାର୍କର ସୌନ୍ଦର୍ଯ୍ୟକରଣ କରଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାର ସୁଧାର ହେଉଛି ଯୋଜନାର ଲକ୍ଷ । ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ୨୦୧୫ରେ କରିଥିଲେ ।

 

Leave a Reply