ମହାରଷ୍ଟ୍ରକୁ ପଛରେ ପକାଇ ପୁଞ୍ଜି ନିବେଶରେ ଓଡ଼ିଶା ୧ନମ୍ବର

1 min read

ଭୁବନେଶ୍ୱର: ସାରା ଦେଶରେ ଉଡିଲା ତ୍ରିରଙ୍ଗା । ଲାଲକିଲ୍ଲାରୁ ଭୁବନେଶ୍ୱର ଚାରିଆଡ଼େ ସେଇ ତିନୋଟି ରଙ୍ଗ ରଙ୍ଗୀନ ହୋଇଛି ଦେଶ । ଏହି ଅବସରରେ ଭୁବମେଶ୍ୱର ପ୍ରଦର୍ଶନି ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରଛନ୍ତି । ଜାତୀୟ ପତାକାକୁ ସମ୍ମାନ ଜଣାଇ ଦେଶର ସହିଦ ବୀରଙ୍କୁ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ଓଡ଼ିଶାବାସୀଙ୍କ କରୋନା ବିରୋଧି ଲଢେଇ ବିଷୟରେ କହିଛନ୍ତି । ପ୍ରତି ଜୀବନ ଆମ ପାଇଁ ମୁଲ୍ୟବାଲ ବୋଲି ତାଙ୍କ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା କାଳରେ ଅର୍ଥନୀତି କିଭଳି ଭୁଶୁଡ଼ିବାକୁ ଦିଆଯାଇ ନାହିଁ ସେ ବିଷୟରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକଡାଉନ ସମୟରେ ଅର୍ଥନୈତିକ ଗତିବିଧି ଜାରି ରଖିବା ପାଇଁ ପଦକ୍ଷେପ ନିଆଯାଉଛି । ଚାଷ କାମ, ନିର୍ମାଣ କାମ ସହ ବିଭିନ୍ନ ରୋଜଗାର ସୃଷ୍ଟି କାମ ଜାରି ରହିଛି । ଗରୀବ ଲୋକ ଓ ଶ୍ରମିକମାନଙ୍କୁ ସହାୟତା ଦିଆଯାଉଛି । ଗତ ୬ମାସରେ ଓଡିଶାକୁ ୧୨ହଜାର କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବ ଆସିଛି । ଦେଶରେ ଏହି ସମୟରେ ହୋଇଥିବା ନିବେଶର ୮୦ ପ୍ରତିଶତ ଓଡ଼ିଶାକୁ ହିଁ ଆସିଛି । ମହାରଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ନିବେଶ କ୍ଷେତ୍ରରେ ଦେଶର ୧ନମ୍ବର ରାଜ୍ୟ ହୋଇଛି ରହିଛି । ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ୨.୮୦ ପ୍ରତିଶତ ଉନ୍ନତି ରହିଥିବା ବେଳେ ରାଜ୍ୟରେ ୭.୬୧ ପ୍ରିତିଶତ ହୋଇପାରିଛି ।

କରୋନା ବିରୋଧି ଲଢେଇରେ କୋଭିଡ଼ ଯୋଦ୍ଧାମାନ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହାର ତୁଳନା ନାହିଁ  । ସେମାନଙ୍କ ପାଇଁ ରାଜ୍ୟରେ ଆରୋଗ୍ୟ ହାର ବୃଦ୍ଧି ପାଉଛି । ଓଡିଶାର ମୃତ୍ୟୁ ସଂଖ୍ୟା ମଧ୍ୟ ସାରା ଦେଶରେ କମ ରହିଛି  । ଓଡିଆ ଜାତି କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟପାଇଁ ଋଣି । ଓଡିଶା ଅନେକ ବିପର୍ଯ୍ୟୟର ସାମ୍ନା କରିଛି ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ବିଶ୍ୱାସ ରହିଛି କରୋନା ଶ୍ରୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣି ଥରେ ଘଣ୍ଟା ବଜି ଉଠିବ । ଏବଂ ମାନବଜାତିର ଜୟଯାତ୍ରା ଆହୁରୀ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply