ଗୋଟିଏ କାହାଣୀ, ଯେଉଁଥିରେ ଉଭୟ ଅସୁମାରୀ ପ୍ରେମ ଓ ପ୍ରତାରଣାର ଚିହ୍ନ ! ଦେଖନ୍ତୁ…

1 min read
Odisha News, Love Sex Dhoka Form Delhi To Jaleswar

ବାଲେଶ୍ୱର: କୁହାଯାଏ ପ୍ରେମ ଅନ୍ଧ । ପ୍ରେମ୍‌ ବନ୍ଧ ବାଡ଼ କିଛି ମାନେନା । ଆଉ ପ୍ରେମ ପାଇଁ ପ୍ରେମୀ କିଛି ବି କରିପାରନ୍ତି । କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପଛାନ୍ତି ନାହିଁ । ହେଲେ ଏମିତି ବି ଅନେକ ପ୍ରେମ କାହାଣୀ ଅଛି ଯେଉଁଥିରେ ପ୍ରେମ ସହ ପ୍ରତାରଣା ମଧ୍ୟ ସାମିଲ ଅଛି ।

Love Sex Dhoka Jaleswar

ଠିକ୍‌ ସେହିଭଳି ଏକ କାହାଣୀ ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ପ୍ରେମିକା ନିଜ ପ୍ରେମକୁ ପାଇବା ପାଇଁ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚିଛି ।

Love Sex Dhoka Jaleswar

ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଧିନ ଓଡ଼ିଆ ଶାସନ ଗାଁର ଜଣେ ଯୁବକ ଦିଲ୍ଲୀରେ ରହୁଥିବା ବେଳେ ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଆଉ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା । ଦୀର୍ଘ ୪ ବର୍ଷ ଧରି ଯୁବତୀଙ୍କ ସହ ଏକାଠି ରହିଆସୁଥିଲା । ହେଲେ କିଛି ଦିନ ହେବ ସେ ଘରକୁ ଆସିବା ପରେ ଆଉ ସେହି ଯୁବତୀଙ୍କ ସହ ଯୋଗାଯୋଗ ରଖିନଥିଲା ।

Love Sex Dhoka Jaleswar

ଯୁବତୀ ଜଣକ ଖବର ପାଇଥିଲେ ତାଙ୍କ ପ୍ରେମିକଙ୍କ ବିବାହ ହେବାକୁ ଯାଉଛି ଗାଁରେ । ଆଉ ଖବର ପାଇବା ମାତ୍ରେ ସେ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚିଥିଲେ । ପଲ୍ଲୀ ଅର୍ଥାତ୍‌ ଯୁବକଙ୍କ ଗାଁରେ । ଆଉ ଯୁବକଙ୍କ ଘରେ ପହଞ୍ଚି ସବୁ ସତ କଥା କହିଥିଲେ । ହେଲେ ତାଙ୍କ ପରିବାର ଲୋକ ଯୁବତୀଙ୍କ କଥାକୁ ଖାତିର କରିନଥିଲେ । ଏମିତିକି ଶେଷରେ ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ଆଡ଼ ଆଖିରେ ଚାହିଁ ନଥିଲା । ଫଳରେ ବାଧ୍ୟ ହୋଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । 

Love Sex Dhoka Jaleswar

ତେବେ ଅଭିଯୋଗ ପାଇ ପୋଲିସ ଯୁବକଙ୍କ ଘରେ ପହଞ୍ଚିଥିଲା ଏବଂ ତାଙ୍କ ପରିବାରକୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଯୁବକଙ୍କ ପରିବାର ପୋଲିସର କୌଣସି କଥା ଶୁଣି ନଥିଲା । ପରେ ବାଧ୍ୟ ହୋଇ ଯୁବତୀ ଜଣକ ବସ୍ତା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବାର ନିଷ୍ପତ୍ତି ନେଇଛନ୍ତି ।

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ

#ପ୍ରେମ_ପାଇଁ_ଦିଲ୍ଲୀରୁ_ପଲ୍ଲୀବିବାହର ପ୍ରତିଶୃତି ଦେଇ ଠକି ଦେଲେ ଯୁବକ । ଆଉ ପ୍ରେମିକର ବିବାହ ଦିନ ଆସି ଘରେ ପହଞ୍ଚିଲେ ପ୍ରେମିକା । ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଧିନ ଓଡ଼ିଆ ଶାସନ ଗ୍ରାମରୁ । ଓଡ଼ିଆଶାସନ ଗ୍ରାମରର ବିଶ୍ୱଜିତ ବିଶ୍ୱାଳ ଓ ରୋଜିନଉଭୟେ ଦିଲ୍ଲୀରେ ରହିବା ସମୟରେ ଦୀର୍ଘ ୪ ବର୍ଷ ପ୍ରେମ ସମ୍ପର୍କ ଥିଲା । ତେବେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । #Love #Delhi #Balasore #Lovers #NandighoshaTV

Nandighosha TV यांनी वर पोस्ट केले मंगळवार, १४ जुलै, २०२०

ନିଜ ପ୍ରେମିକା ସହ ପ୍ରତାରଣା କରିଥିବା ଯୁବକ ଜଣକ ହେଉଛି ଓଡ଼ିଆ ଶାସନ ଗାଁର ବିଶ୍ୱଜିତ୍‌ ବିଶ୍ୱାଳ । ଆଉ ଯୁବତୀ ଜଣଙ୍କ ହେଉଛନ୍ତି ରୋଜି । ତେବେ ଏହି କାହାଣୀରୁ ଦୁଇଟି କଥା ସାମ୍ନାକୁ ଆସିଲା । ଗୋଟିଏ, ଯେ ପ୍ରେମରେ ପଡ଼ିଥିବା ପ୍ରେମିକା ଜଣକ ନିଜ ପ୍ରେମକୁ ପାଇବା ପାଇଁ ଦିଲ୍ଲୀରୁ ଆସି ପଲ୍ଲୀରେ ପହଞ୍ଚି ପାରିଲେ । ଆଉ ଗୋଟିଏ କଥା, ଯାହା କି ପ୍ରେମ ମଧ୍ୟରେ ପ୍ରତାରଣା ।

Leave a Reply