ଶ୍ରୀଜିଉଙ୍କର ବିଶେଷ ନୀତି, ଗୁପ୍ତଗୁଣ୍ଡିଚାର ଅୟମାରମ୍ଭ

ପୁରୀ: ପୁରୀରେ ଆଜିଠାରୁ ଶ୍ରୀଜିଉମାନଙ୍କର ବିଶେଷ ନୀତି ବା ଗୁପ୍ତଗୁଣ୍ଡିଚା ଅୟମାରମ୍ଭ । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ମା ନାରାୟଣୀ ମନ୍ଦିରକୁ ବିଜେ କରିବେ । ମା’ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନନେଇଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

ତେବେ ସେହି ପ୍ରତିଶ୍ରୁତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଶରତମାସରେ ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ କରାଯିବାର ପରମ୍ପରା ରହିଛି । ଦୁର୍ଗାମାଧବ ଉପାସନାର ଏହା ଏକ ବିଶିଷ୍ଟ ଲୀଳା ହୋଇଥିବା ବେଳେ ସକାଳ ଧୂପ ପରେ ମାତା ମହାଲକ୍ଷ୍ମୀ ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ । ଏହି ସ୍ୱତନ୍ତ୍ର ନୀତିକାନ୍ତି ଓ ପରମ୍ପରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ ।

Leave a Reply