ନିୟମ ଭାଙ୍ଗି କରୁଥିଲେ ଗଣେଶ ପୂଜା, ପ୍ରଶାସନ ବାରଣ କରିବାରୁ ତାତିଲେ ଗ୍ରାମବାସୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ କୋଭିଡ କଟକଣାକୁ ଫୁ । ଗାଁରେ ନିୟମକୁ ଉଲ୍ଲଂଘନ କରି ସାର୍ବଜନିକ ଭାବେ ଗଣେଶ ପୂଜା ଆୟୋଜନ କରାଯବା ସହ ଦୋକାନ ବଜାର ଖୋଲା ରହିଥିଲା । ଏନେଇ ଅଭିଯୋଗ ପାଇବା ପରେ ଦିଗପହଣ୍ଡି  ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ଅଦ୍ଵୈତ କୁମାର ସ୍ୱାଇଁ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ୍ ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ସହ ଗାଁରେ ପହଞ୍ଚିଥିଲେ ।

ଆୟୋଜିତ ହୋଇଥିବା ପୂଜା  ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ  ଦୋକାନ ବଜାର ବନ୍ଦ କରିଥିଲେ । ବେଆଇନ ଭାବେ ଖୋଲାଯାଇଥିବା ୨ଟି ରାସନ ଦୋକାନକୁ ସିଲ୍ କରିଥିଲେ ଅଧିକାରୀ । ଏହି ଖବର ଗାଁରେ ପ୍ରଚାର ପରେ ବହୁ ସଂଖ୍ୟକ ଯୁବକ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ସହ ଯୁକ୍ତିତର୍କ କରିଥିଲେ ।

ଗାଁ ନଦୀ ପଠାରୁ ବେଆଇନ ବାଲି ଚାଲାଣ, ବେଧଡ଼କ ଜୁଆ ଖେଳ କାହିଁକି ବନ୍ଦ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ପରେ ତହସିଲଦାରଙ୍କୁ ସନ୍ଧ୍ୟା ପ୍ରାୟ ୬ଟା ରୁ ରାତି ପ୍ରାୟ  ୯ ଟା ଯାଏଁ   ଉତ୍ତ୍ୟକ୍ତ ଜନତା ଘେରାଉ କରିଥିଲେ । ଘଟଣା ସ୍ଥଳରୁ ତହସିଲଦାର ଫେରିବା ବେଳେ ଗ୍ରାମବାସୀ ପୁଣି ଗାଡି ଉପରକୁ ପଥର ମାଡ କରିଥିଲେ ।

ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ, ନୂଆଗାଁ ଥାନା ଆଇଆଇସିଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇଁ ପୋଲିସ ଫୋର୍ସ ଗାଁରେ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଛି ।

Leave a Reply