ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବେ ସେନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଏନେଇ ନବୀନ ଆଲୋଚନା କରିଥିବା ବେଳେ ତାଙ୍କ ସହ ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଭିଡିଓ କନ୍‌ଫରେନ୍‌ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । ଲକ୍‌ଡାଉନ୍‌ ଯ଼ୋଗୁ ସୁରଟ ସମେତ ଗୁଜରାଟର ବହୁ ସ୍ଥାନରେ ହଜାର ହଜାର ଓଡ଼ିଆ ଶ୍ରମିକ ଫିସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଆଲୋଚନା କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବା ପରେ ଖୁବ୍‌ ଶୀଘ୍ର ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଉଛି । ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ସ୍ଥିର ହୋଇଛି ।

Leave a Reply