ବର୍ଷେ ହେଲା ଚାଲିଗଲେଣି ରୁକ୍ମଣୀ, ହେଲେ ଏବେ ତାଙ୍କ ଟିପ ଚିହ୍ନ ବଞ୍ଚିଛି..!

Allowance money is rising in the name of the deceased

ଭଦ୍ରକ: ସାମାଜିକ ସୁରକ୍ଷା ଯୋଜନାରେ ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମିଳୁଛି ମଧୁବାବୁ ପେନସନ୍ । ଏଥିପାଇଁ ଅର୍ଥ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଅନେକ ପଞ୍ଚାୟତରେ ଉପଭୋକ୍ତଙ୍କ ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ପେନସନ୍ ଟଙ୍କାକୁ ମାସ ମାସ ଧରି ହଡପ କରୁଛନ୍ତି ବିଭାଗୀୟ ଅଧିକାରୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ବ୍ଲକ କଲେଇ ପଞ୍ଚାୟତରୁ । ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଛି ଏମିତି ସଂଗୀନ ତଥ୍ୟ ।

Bhatta Hadap

ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହି ପଞ୍ଚାୟତରେ ୭୭୫ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ମିଳୁଛି । ତେବେ ପ୍ରାୟ ଏକବର୍ଷ ହେଲା ୩୦ରୁ ଅଧିକ ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଲାଣି । ହେଲେ ସେମାନଙ୍କ ଟିପ ଚିହ୍ନରେ ଟଙ୍କା ଉଠୁାଯାଉଛି । ସୂଚନା ଅଧିକାର ଆଇନ ବଳରେ ପ୍ରକୃତ ତଥ୍ୟ ଏବେ ପଦାକୁ ଆସିଛି । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଆସୁଥିବା ଏହି ଟଙ୍କାକୁ କିଏ ଖାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।

Bhatta Hadap୧୧ ମାସ ତଳେ ରୁକ୍ମିଣୀ ଜେନାଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ରହିଛି । ହେଲେ ଏବେ ବି ତାଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଉଛି । ଏନେଇ ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ତାଙ୍କର ଟିପ ଚିହ୍ନ ଦିଆଯାଇ ଏହି ଟଙ୍କା ଉଠାଯାଉଛି ବୋଲି ଜଣାପଡ଼ିଛି ।

Bhatta Hadap

ଏହି ତଥ୍ୟ ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ପରେ ଘଟଣାର ଖୁବଶିଘ୍ର ତଦନ୍ତ କରି କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଏତଇଣଷ ଏଥିରେ ବିଭାଗୀୟ କର୍ମଚାରୀ ସଂପୃକ୍ତ ଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave a Reply