ହାରିଲାନି ମାନବିକତା : ମୃତ ମିନତୀଙ୍କ ଶବ ସତ୍କାର କଲା ଓଡ଼ିଶା ମୋ-ପରିବାର

1 min read
Odisha Mo Parivar Done Funeral Of Daily Labourer Minatee

ଭୁବନେଶ୍ୱର: ମୃତ୍ୟୁ ଥିଲା ସାଧାରଣ । ଅଥଚ ମୃତ ଶରୀର ସତ୍କାର ପରିବାର ପାଇଁ ଥିଲା ଅସାଧାରଣ । ଶବ ଶ୍ମଶାନକୁ ନେଇ ଦାହ କରିବା ପରିବାରର ସାଧ୍ୟ ବାହାରେ ଥିଲା । ଖୋଦ୍ ରାଜଧାନୀର ମହାବୀର ବସ୍ତିରେ ଶୁକ୍ରବାର ଦିନ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ, ଘଟଣା ସମ୍ପର୍କରେ କେହି ସହୃଦୟ ବ୍ୟକ୍ତି ଓଡ଼ିଶା ମୋ-ପରିବାର ନଜରକୁ ଆଣିଲା ପରେ ଦୁଃଖଦ ଘଟଣାରେ ପଡ଼ିଥିଲା ପୂର୍ଣ୍ଣଛେଦ । ଓଡ଼ିଶା ମୋ-ପରିବାର ଟିମ୍ ସେଠାରେ ପହଞ୍ଚି ଶବ ସତ୍କାରର ଆନୁସଙ୍ଗିକ ବ୍ୟବସ୍ଥା କରିବା ସହ ଶ୍ମଶାନରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ସତ୍କାର କରାଇଥିଲେ ।

Odisha Mo Parivar Done Funeral Of Daily Labourer Minatee

ମୃତକ ହେଲେ ୫୦ ବର୍ଷିଆ ୫୦ ମିନତୀ ବେହେରା । ମହାବୀର ବସ୍ତିରେ ରହୁଥିବା ମିନତୀଙ୍କ ପରିବାରର ରୋଜଗାର ନାହିଁ । ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱାମୀ କାମଧନ୍ଦା ନ ପାଇ ରୋଜଗାରଶୂନ୍ୟ ହୋଇଛନ୍ତି । ତେବେ, ଗତକାଲି ସକାଳୁ ହଠାତ୍ ମିନତୀଙ୍କ ମୃତ୍ୟୁ ହୋଇଥିଲା । ଶବକୁ ଘରୁ ଉଠାଇ ସତ୍କାର କରିବାର ସାମର୍ଥ୍ୟ ନଥିବା ପରିବାରକୁ ସାହାଯ୍ୟ କରିଥିବା ‘ଓଡ଼ିଶା ମୋ-ପରିବାର’ ଟିମକୁ ସେମାନେ କୃତଜ୍ଞତା ଜଣାଇଛନ୍ତି ।

Leave a Reply