JEE Mainରେ ୨୪ ଜଣ ରଖିଲେ ଶହେ ପରସେନଟାଇଲ୍; ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପ୍ପର୍….

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ସୌମକାନ୍ତ ନନ୍ଦ ୯୯.୯୯ ପରସେନଟାଇଲ୍ ମାର୍କ ରଖି ଓଡ଼ିଶା ଟପର୍ ହୋଇଛନ୍ତି । ଓଡ଼ିଶାରୁ ପ୍ରାୟ ୨୭ ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ କରୋନା ବେଳେ ପରୀକ୍ଷାକୁ ନେଇ ଅନେକ ବିବାଦ ହୋଇଥିଲା । ଶେଷରେ ସେପ୍ଟେମ୍ୱର୧ରୁ ୬ ତାରିଖ ଯାଏଁ ଜେଇଇ ମେନ୍ ପରୀକ୍ଷା ହୋଇଥିଲା । ପରୀକ୍ଷା ସରିବାର ମାତ୍ର ୫ ଦିନ ପରେ ହିଁ ସରକାର ପରୀକ୍ଷାଫଳ ପ୍ରକାଶ କରିଥିଲେ ।

ତେବେ ଚଳିତବର୍ଷ ୨.୪୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଉକ୍ତ ପରୀକ୍ଷା ଆଗାମୀ ୨୭ ତାରିଖରେ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ ଏଥରର ସର୍ବଭାରତୀୟ ଜେଇଇ ପରୀକ୍ଷାରେ ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପରସେନଟାଇଲ୍ ମାର୍କ ରଖିଛନ୍ତି । ଏମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୮ ଜଣ, ଦିଲ୍ଲୀରୁ ୫ଜଣ, ରାଜସ୍ଥାନରୁ ୪ଜଣ, ଆନ୍ଧ୍ରପ୍ରଦେଶରୁ ୩ଜଣ, ହରିୟାଣାରୁ ୨ଜଣ ଓ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ରହିଛନ୍ତି ।

Leave a Reply