ଅସହ୍ୟ ହେଲା ନିର୍ଯାତନା, ଶେଷରେ ସ୍ୱାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ

Crime Jagatsinghpur

ଜଗତସିଂହପୁର: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଆଉ ତା’ପରେ ଥାନାରେ ଆତ୍ମ ସମର୍ପଣ କଲା । କୁହଯାଏ ମଦ ଉଜାଡ଼ିଦିଏ ସଂସାର । ଏହି କଥା ପୁଣି ପ୍ରମାଣିତ ହୋଇଛି । ପ୍ରତ୍ୟେକ ଦିନ ମଦ୍ୟ ପାନ କରି ଘରକୁ ଆସୁଥିଲା ସ୍ୱାମୀ । ଆଉ ମରଦ ପଣିଆ ଦେଖାଇ ଅମଣିଷ ଭାବେ ମାଡ଼ ମାରୁଥିଲା ସ୍ତ୍ରୀକୁ । ସବୁଦିନ ମାଡ଼ ଗାଳି ଖାଇ ଦାଣ୍ଡରେ ବେଜିତ୍‌ ହେଇ ନିଜ ସ୍ୱାମୀର ନିର୍ଯାତନା ସହୁଥିଲା ସ୍ତ୍ରୀ । ହେଲେ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାରୀ ସାଜିଲା ନାରାୟଣୀ । ଆଉ ବଦ୍ଧ କଲା ନିଜ ମଦ୍ୟପ ରାକ୍ଷାସ ସ୍ୱାମୀକୁ ।

Crime Jagatsinghpur

ଏଭଳି ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ସଦେଇପୁର ଗାଁରୁ । ଦିନ ମଜୁରିଆ ଭାବେ କାମ କରୁଥିଲା ସ୍ୱାମୀ ସୁଶାନ୍ତ । ସ୍ୱାମୀର ଅତ୍ୟାଚାରର ପ୍ରତିବାଦ କରିପାରୁନଥିଲା ସ୍ତ୍ରୀ । ଶେଷରେ ଅସହ୍ୟ ହେବାରୁ ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ

Crime Jagatsinghpur

ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବରପାଇ ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ସୁଶାନ୍ତର ମୃତଦେହ ଉଦ୍ଧାର କରିଛି । ମୃତଦେହଟି ଘର ଭିତରେ ଥିବା ମଶାରି ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି । ଆଉ ତଦନ୍ତ ଆରମ୍ଭ କରିଛି ।

Leave a Reply