ଜାଲ୍‌ ନୋଟ୍‌ କାରବାର, ମହିଳାଙ୍କୁ ଧରିଲା ପୋଲିସ…

Fake Note

ରାୟଗଡ଼ା: ପୁଣି ରାୟଗଡ଼ା ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ସକ୍ରିୟ । ଏହି କାରବାରରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ପରେ ରାୟଗଡ଼ା ଗୁଣପୁର ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ନାମ ରେହମନ୍ ବିବି । ମହିଳା ଜଣକ ଚାରୋଟି ୨ ହଜାର ଟଙ୍କିଆ ଜାଲ୍ ନୋଟ୍ ନେଇ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡରୁ କ୍ଷୀର କିଣିଥିଲେ । ଏପରିକି ଏହି ୨ ହଜାର ଟଙ୍କା ରେଜା କରିବା ପାଇଁ ଚେଷ୍ଟା କରିଥିବା ବେଳେ ସେଠାରେ ଥିବା ବ୍ୟବସାୟୀ ଜାଣିପାରିଥିଲେ । ଫଳରେ ଲୋକମାନେ ପାଟି କରିବାରୁ ପାଟ୍ରୋଲିଂରେ ଥିବା ପୋଲିସ ମହିଳାଙ୍କୁ କାବୁ କରିଥିବା ଜଣାପଡ଼ିଛି ।

GUNPUR FAKE NOTE

ହେଲେ ଟଙ୍କା ନେବା ବେଳେ ମହିଳା ଜଣଙ୍କ ଜାଲ ନୋଟ୍ ଗୁଡ଼ିକୁ ଚିରି ଦେଇଥିବା ଦେଖିବାକୁ ମିଲିଥିଲା । ପୋଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଗୁଣୁପୁର ଡେରାସାହିରେ ଥିବା ତାଙ୍କ ଘର ଓ ଦୋକାନରେ ଚଢ଼ାଉ କରିଛି । କେବଳ ୪ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରି ଜାଲନୋଟ୍ କାରବାରର ଚେର କେଉଁଆଡ଼େ ଲମ୍ବିଛି ତାର ତଦନ୍ତ କରୁଛି ପୋଲିସ ।

GUNPUR FAKE NOTE

ଏହି ଜାଲ୍‌ ନୋଟ୍‌ ରାକେଟ୍‌ରେ ମହିଳା ଜଣକ ଭୂମିକା ଅତି କ୍ଷୁଦ୍ର ବୋଲି ପୋଲିସ ସନ୍ଦେହ କରୁଛି । ଏହା‌ ପଛରେ ବହୁତ ବଡ଼ ରାକେଟ୍‌ କାମ କରୁଥିବା ପୋଲିସ ସୂଚନା ପାଇଛି । ଏହି ଜାଲ୍‌ ନୋଟ୍‌ କେଉଁଠୁ ଆସିଲା ଏହା ପଛରେ ଆଉ କିଏ ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ଖୁବ୍‌ଶୀଘ୍ର ଏହାର ଚେର୍‌ ଧରାପଡ଼ିବ ବୋଲି ଗୁଣପୁର ପୋଲିସ କହିଛି ।

GUNPUR FAKE NOTE

ବୁଧବାର ଜାଲ୍ ନୋଟ୍‌ କାରବାର ନେଇ ଡେରା ସାହିର ହବିବ୍ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୋଲିସ୍‌ ଅତର୍କିତ ଚଢ଼ାଉ କରିଥିଲା । ବ୍ୟକ୍ତିଙ୍କ ସିଟ୍ ଓ୍ୱାର୍କ ଦୋକାନରେ ମଧ୍ୟ ଚଢାଉ କରାଯାଇଛି ।

Leave a Reply