ଲକ୍ ଡାଉନକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

Omicron Fear Collector Can Implement Restrictions

ଭୁବନେଶ୍ୱର: କରୋନା କାୟା ବଦଳାଇ ଦେଇଛି ଜୀବନ । ଲକ୍ ଡାଉନ୍ ରହିଛି ଓଡ଼ିଶାର ୧୪ ଜିଲ୍ଲା ଓ ୮ ସହର । କରୋନା ସଂକ୍ରମଣ ରୋକିବାକୁ ଲକ୍ ଡାଉନକୁ କଡ଼ାକଡ଼ି କରାଯାଇଛି । ଜୀବନ ଯୁଦ୍ଧରେ କରୋନା ଠାରୁ ଜିତିବାକୁ ନିଆଯାଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ି ଦେଲେ ସବୁକିଛି ବନ୍ଦ ରହିଛି । ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରିବାକୁ ଅନୁମତି ନାହିଁ । କେନ୍ଦ୍ର ସରକାର ସ୍ଥିତିର ସମୀକ୍ଷା କରି ଲକ ଡାଉନକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେହି ଲକ୍ ଡାଉନକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର କହିଛନ୍ତି । ଏଭଳି ସ୍ଥିତିରେ ସରକାର ସତର୍କତାର ସହ ପଦକ୍ଷେପ ବହୁ ପଦକ୍ଷେପ ନେଇଛନ୍ତି ।

ଖାଦ୍ୟପଦାର୍ଥ ଅଭାବ ନାହିଁ

ଖୋଲା ରହିଛି ଔଷଧ ଦୋକାନ, କ୍ଷୀର ଦୋକାନ, ମେଡିକାଲ, ଗ୍ରସରୀ ଦୋକାନ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ ଭଳି ଗୁରୁତ୍ୱପୂର୍ଣ୍ଣ ସେବା । ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଯେଭଳି ନହୁଏ ସେଥିପ୍ରତି ସରକାର ଧ୍ୟାନ ଦେଇଛନ୍ତି । ରାଜ୍ୟ ବ୍ୟବସାୟୀ ସଂଘ ସହ ଖୋର୍ଦ୍ଧା ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଜାରି ରହିବ । ବ୍ୟବସ୍ଥା ଅନୁସାରେ ଜରୁରୀ ସାମଗ୍ରୀ ନେଇ ଆସୁଥିବା ଗାଡ଼ିକୁ ଅଟକାଯିବ ନାହିଁ । ଯଦି ଅଟକାଯାଏ ସେମାନେ ସଂଯୋଗ ହେଲ୍ପ ଲାଇନକୁ ଯୋଗାଯୋଗ କରିବେ । ତେବେ, ଆସନ୍ତା ୧୫ ଦିନ ପାଇଁ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଦଜୁଦ୍ ରହିଥିବା ରାଜ୍ୟ ବ୍ୟବସାୟୀ ସଂଘ ସୂଚନା ଦେଇଛି ।

ଲାଗୁ ହେଲା ଏସମା

ଚଢ଼ା ଦରରେ କେହି ବି ସାମଗ୍ରୀ ବିକ୍ରି କରିପାରିବେ ନାହିଁ । କରୋନା ସଂକ୍ରମଣ ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି । ସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସହରାଞ୍ଚଳରେ ଜଳ ଯୋଗାଣକୁ ସ୍ୱାଭାବିକ ରଖିବାକୁ ଗୃହ ବିଭାଗ ପଦକ୍ଷେପ ନେଇଛି । ଜଳ ଓ ପରିମଳ କର୍ମଚାରୀ ଯେଭଳି ଷ୍ଟ୍ରାଇକ୍ କରିବେ ନାହିଁ ସେଥିପାଇଁ ଏସମା ଲାଗୁ କରାଯାଇଛି । ଏହା ଆଗାମୀ ୬ ମାସ ଯାଏଁ ରାଜ୍ୟରେ ବଳବତ୍ତର ରହିବ ।

Leave a Reply