ମାଗଣାରେ ଚିକିତ୍ସିତ ହେବେ ରାଜ୍ୟର ହୃଦରୋଗ ଆକ୍ରାନ୍ତ ଶିଶୁ

1 min read
Odisha Govt. MOU Signed with PMSRF For Free Cardiac Treatment Of Poor Children Extended for Next 2 Years

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବଡ଼ ପଦକ୍ଷେପ । ରାଜ୍ୟର ଗରିବ ଶିଶୁ ଶିଶୁଙ୍କ ଚିକିତ୍ସା ଲାଗି PMSRF ସହିତ ଚୁକ୍ତି ସ୍ଵାକ୍ଷର କଲେ ରାଜ୍ୟ ସରକାର । ଗରିବ ହୃଦରୋଗୀ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ଚୁକ୍ତି ସ୍ଵାକ୍ଷର । ଅହମଦାବାଦ ସତ୍ୟ ସାଇ ହସ୍ପିଟାଲରେ ଆସନ୍ତା ୨ ବର୍ଷ ଲାଗି ହେବ ମାଗଣା ଚିକିତ୍ସା । ଗରିବଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Odisha Govt. MOU Signed with PMSRF For

ଆଜି ବୁଝାମଣାପତ୍ର ଅବଧି ବୃଦ୍ଧି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ଜଜ୍ ଭିନୀତ ସରନ, ମୁଖ୍ୟ ବିଚାରପତି ଓଡ଼ିଶା ହାଇକୋର୍ଟ ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Odisha Govt. MOU Signed with PMSRF For Free Cardiac Treatment Of Poor Children Extended for Next 2 Years
FILE

ରାଜ୍ୟ ସରକାରଙ୍କ ଚୁକ୍ତି ଅନୁଯାୟୀ ସତ୍ୟ ସାଇ ହାର୍ଟ ହସ୍ପିଟାଲ ଅହମଦାବାଦ ଆସନ୍ତା ୨ ବର୍ଷ ଯାଏଁ ହୃଦରୋଗ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବ । ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହସ୍ପିଟାଲ କରିବାକୁ ଥିବାବେଳେ ରାଜ୍ୟ ସରକାର ଯାତାୟତ ଖର୍ଚ୍ଚ ବହନ କରିବେ । ସତ୍ୟ ସାଇ ହାର୍ଟ ହସ୍ପିଟାଲ ଏଯାବତ୍ ୧୦୧୯ ଜଣ ଶିଶୁଙ୍କ ମାଗଣା ହୃଦରୋଗ ଚିକିତ୍ସା କରିଛନ୍ତି । କୋଭିଡ୍ କଟକଣା ମଧ୍ୟରେ ଆଉ ଏକ ଶିଶୁଙ୍କ ବ୍ୟାଚକୁ ଚିକିତ୍ସା ଲାଗି ଖୁବଶୀଘ୍ର ପଠାଯିବ ।

Odisha Govt. MOU Signed with PMSRF For Free Cardiac Treatment Of Poor Children Extended for Next 2 Years
FILE

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ସତ୍ୟ ସାଇ ହାର୍ଟ ହସ୍ପିଟାଲକୁ ପ୍ରଶଂସା କରିଛନ୍ତି । ଏଥିସହ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ସମାଜର ଦୁର୍ବଳ ଶ୍ରେଣୀଙ୍କ ସେବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

Leave a Reply