ସ୍କୁଲ ଖୋଲିବା ପରେ ବି ଜାରି ରହିବ ଅନଲାଇନ୍ କ୍ଲାସ୍

1 min read
Odisha Govt Issue SOP For Schools Reopen From 8th January

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ଅନଲାଇନ ପଢିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ପୂର୍ବ ଭଳି ଅନଲାଇନ୍ କ୍ଲାସ୍ ଜାରି ରହିବ । ଅଭିଭାବକଙ୍କ ଲିଖିତ ସହମତିରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଉପସ୍ଥାନ ହାରକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ନାହିଁ । ଜିଲ୍ଲାପାଳ ମାନେ ଅସାଧାରଣ ପରିସ୍ଥିତିରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନୁମତି ମିଳିବନି ।

Odisha Govt Issue SOP For Schools Reopen From 8th January
FILE

ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଛାତ୍ରଛାତ୍ରୀ ରହିବେ । ପୂର୍ବଭଳି ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ହେବ ପାଠପଢା । ଭିନ୍ନଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଖାଇବା ଛୁଟି ରହିବ । ସ୍କୁଲରେ ଖେଳ ଓ ବୈଠକକୁ ବାରଣ କରାଯାଇଛି । ବାହାରର ଖାଇବା ବିକାଳିଙ୍କୁ ସ୍କୁଲର ୧୦୦ ମିଟର ଭିତରକୁ ପ୍ରବେଶ ପାଇଁ ମନା କରାଯାଇଛି । ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ହେବ । ପ୍ରତି ସ୍କୁଲରେ ରହିବ କୋଭିଡ୍ ମନିଟରିଂ ଟିମ୍ । ମନିଟରିଂ ଟିମ୍‌ରେ ଜଣେ ଶିକ୍ଷକ ଓ ଜଣେ ଅଭିଭାବକ ରହିବେ । ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଏଥିସହ ସବୁଦିନ ସ୍କୁଲ କ୍ୟାମ୍ପସକୁ ସାନିଟାଇଜ୍‌ କରାଯିବ ।

ଏଥିସହ ପଢ଼ନ୍ତୁ- ୮ରୁ ଖୋଲିବ ସ୍କୁଲ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୧୦୦ ଦିନର ପାଠ୍ୟକ୍ରମ

Odisha Govt Issue SOP For Schools Reopen From 8th January

ସଫେଇ କାମରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯିବ ନାହିଁ ବୋଲି କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ରହିବ ସାନିଟାଇଜର ଓ ସାବୁନ । ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ୍ୟ ଉପକରଣ ଆଦାନ ପ୍ରଦାନକୁ ମନା କରାଯାଇଛି । ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ।

Odisha Govt Issue SOP For Schools Reopen From 8th January

ସ୍କୁଲରେ କେହି ପଜିଟିଭ୍ ବାହାରିଲେ ପ୍ରଥମେ ତାଙ୍କୁ ଆଇସୋଲେଟ୍ କରାଯିବ । ଅଭିଭାବକଙ୍କୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ବାବଦରେ ସ୍କୁଲ ପ୍ରଶାସନ ଜଣାଇବେ । ତେବେ ହଷ୍ଟେଲ ଖୋଲିବା ନେଇ ପରେ ଗାଇଡଲାଇନ୍‌ ଜାରି ହେବ । ସ୍କୁଲ ପରିବହନ ବ୍ୟବସ୍ଥାକୁ ମଧ୍ୟ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ ମାନେ ଛାତ୍ରଛାତ୍ରୀଙ୍କ ସ୍କୁଲ ପହଞ୍ଚିବା ଦାୟିତ୍ୱ ନେବେ । ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ।

ଏଥିସହ ପଢ଼ନ୍ତୁ- ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ? ଜାଣନ୍ତୁ ତାରିଖ…

Leave a Reply