କରୋନାରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ମୃତ୍ୟୁ ହେଲେ ନିକଟ ସଂପର୍କୀୟଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର: କରୋନା ପାଇଁ ଏବେ ପୁରା ରାଜ୍ୟ ଘାଣ୍ଟି ହେଉଛି । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । କରୋନାରେ ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏହି ସଂକ୍ରମଣରେ କେବଳ ସାଧାରଣ ଲୋକ ସଂକ୍ରମିତ ହେଉନାହାନ୍ତି । ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ଖାଲି ସେତିକି ନୁହେଁ ଏଥିରେ ଅନେକ ଆଗଧାଡ଼ିର କରୋନା ଯୋନ୍ଧା, ଯେଉଁ ମାନେ ସବୁବେଳେ କରୋନା ସହ ଲଢ଼େଇ କରୁଛନ୍ତି ସେମାନଙ୍କର ମୃତ୍ୟୁ ହୋଇଛି । ଯୋଦ୍ଧାଙ୍କର ମୃତ୍ୟୁ ହେବା ପରେ ସେମାନଙ୍କର ପରିବାର ଆର୍ଥିକ ସଙ୍କଟର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ପାଇଁ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ।  କୋଭିଡ ଯୋଦ୍ଧା ଅଙ୍ଗନଓ୍ୱାଡି ଓ ଆଶା କର୍ମୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି ।

ଡ୍ୟୁଟି ସମୟରେ କରୋନା ଯୋଦ୍ଧା ଅଙ୍ଗନଓ୍ୱାଡ଼ି ଓ ଆଶା କର୍ମୀଙ୍କ କୋଭିଡ ୧୯ରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ଭତ୍ତା । କୌଣସି ଅଙ୍ଗନଓ୍ୱାଡି କର୍ମୀ କରୋନା କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମାସିକ ୭ ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବ ।  ମୃତ ଅଙ୍ଗନୱାଡି କର୍ମଚାରୀଙ୍କ ଚାକିରିକାଳ ୬୦ ବର୍ଷ ହେବା ୟାଏଁ ତାଙ୍କ ପରିବାରକୁ ଏହି ଭତ୍ତା ମିଳିବ ବୋଲି ଘୋଷଣା କରାଯାଇଛି ।

ସେହିପରି କୌଣସି କୋଭିଡ ୧୯ ଯୋଦ୍ଧା କୌଣସି ଆଶା କର୍ମୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ୬୦ ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଏହି ଭତ୍ତା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟାମନ୍ତ୍ରୀ ନବ କିଶୋର ଦାସ । ଆଗରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଘୋଷଣା କରିଥିଲେ ।

Leave a Reply