ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

1 min read
Odisha Government Launches New Scheme, Garima for Core Sanitation Workers

ଭୁବନେଶ୍ୱର: କୋର ସାନିଟାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ‘ଗରିମା’ର ଶୁଭାରମ୍ଭ ହୋଇଛି । ରାଜ୍ୟର ୧୧୪ଟି ଅର୍ବାନ ଲୋକାଲ ବଡିର ୨୦ ହଜାର ପରିବାରର ୧ ଲକ୍ଷ ଲୋକ ଲାଭବାନ ହେବେ । ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସଫେଇ କର୍ମଚାରୀଙ୍କ ପିଲାମାନେ ପିଜି ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିପାରିବେ । କର୍ମଚାରୀଙ୍କୁ ଇପିଏଫ୍‌, ଅବସରକାଳୀନ ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଜୀବନ ବୀମା ଯୋଗାଇ ଦିଆଯିବ ।

‘ଗରିମା’ ଯୋଜନା ଆରମ୍ଭ ସହ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏଥିରେ ଅନେକ ଜାତୀୟ ତଥା ରାଜ୍ୟ ଆଇନ ଅନ୍ତର୍ଭୁକ୍ତ ନିୟମକୁ କଡାକଡି ପାଳନ କରାଯିବ । ଯୋଜନା ମାଧ୍ୟମରେ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପଞ୍ଜିକରଣ କରାଯିବ । ସେମାନଙ୍କ କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ୱତନ୍ତ୍ର ଭତ୍ତା, ସ୍ୱାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହ ନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ପ୍ରତିଶତ ସହାୟତା, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, EPF, ESI ଏବଂ ପରିବାର ପେନ୍‌ସନ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Leave a Reply