ଏଣିକି ବାତ୍ୟାରେ ଆଉ କଟିବନି ଲାଇନ୍‌ ! ବ୍ୟାପକ ବ୍ୟବସ୍ଥା କରାଯିବ କହିଲେ ସଚିବ, ୧୧ ହଜାର କୋଟି ଖର୍ଚ୍ଚ ହେବ

Odisha government has decided to develop disaster resilient power infrastructure in the cyclone-prone coastal districts of the state with an investment of Rs 19,000 crore, said an official on Thursday.

ଭୁବନେଶ୍ୱର: ଏଣିକି ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବତ୍ୟା ଭଳି ପରିସ୍ଥିତିରେ ବିଦ୍ୟୁତ ସରବରାହ ବନ୍ଦ ହେବ ନାହିଁ । କାରଣ ଗଛ ପଡ଼ିବା କିମ୍ବା ସର୍ଟସର୍କିଟର ବିଶେଷ ଭୟ ନଥିବା । ଏଥିପାଇଁ ବ୍ୟାପକ ପଦକ୍ଷେପ ନିଆଯିବ । ଏନେଇ ଗୁରୁବାର ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ କହିବାନୁଯାୟୀ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ନିରୋଧକ କରାଯିବ । ପ୍ରଥମ ପର୍ଯ୍ୟାୟରେ ଜଗତସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୧୧ ହଜାର କୋଟି ଟଙ୍କାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ସଚିବ ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ଏହି ୫ଟି ଜିଲ୍ଲା ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କାର୍ଯ୍ୟକୁ ଜରୁରୀକାଳିନ ଭିତ୍ତିରେ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ବିତରକ କମ୍ପାନୀ ମାନଙ୍କୁ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଜନାର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକର ବୈଷୟିକ ଆର୍ଥିକ ଆଇନ୍‌ଗତ ଆଦି ଦିଗର ସଠିକ୍‌ ପରିଚାଳନା ନିମନ୍ତେ ଥିଙ୍କ୍‌ ଟ୍ୟାଙ୍କ୍‌ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave a Reply