ମହାମାରୀ ବେଳେ ବିତ୍ତୀୟ ପରିଚାଳନାରେ ରାଜ୍ୟ ମଡେଲକୁ ପ୍ରଶଂସା; ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ…

1 min read

ଭୁବନେଶ୍ୱର: ବିତ୍ତୀୟ ନିଅଣ୍ଟ ପରିଚାଳନାରେ ରାଜ୍ୟ ପ୍ରଶଂସା ସାଉଁଟିଛି । ସଦ୍ୟ ପ୍ରକାଶିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟରେ ରାଜ୍ୟର ଏହି ପରିଚାଳନା ପଦ୍ଧତିକୁ ଉଲ୍ଲେଖ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟ ସରକାର ବିତ୍ତୀୟ ନିଅଣ୍ଟ ପରିଚାଳନାରେ ଏକ ୩ ଶ୍ରେଣୀୟ ପଦ୍ଧତିକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିଥିଲେ ।

ସେହିଭଳି ଏକ ସେଲ୍ ମଧ୍ୟ ଗଠନ କରାଯାଇଥିଲା । ବିତ୍ତୀୟ ନିଅଣ୍ଟ ଓ ଋଣ ପରିଚାଳନା ଦାୟିତ୍ୱ ଉକ୍ତ ସେଲକୁ ହସ୍ତାନ୍ତର କରାଯାଇଥିଲା । ଯାହା ଅତ୍ୟନ୍ତ ସଫଳ ପ୍ରମାଣିତ ହୋଇଛନ୍ତି । କୋଭିଡ୍ ବେଳଏ ବିତ୍ତୀୟ ସଙ୍କଟ ରାଜ୍ୟ ପାଇଁ ଏକ ପ୍ରମୁଖ ଆହ୍ୱାନ ଥିଲା । ରାଜ୍ୟ ସରକାର ଏହି ଆହ୍ୱାନକୁ ଆଗ୍ରାଧିକାର ଦେଇ ଏକ ବିତ୍ତୀୟ ନିଅଣ୍ଟ ପରିଚାଳନା କମିଟି ମଧ୍ୟ ଗଠନ କରିଥିଲେ ।

କିଭଳି ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ମିଳିବା ସହ ରାଜ୍ୟର ବିତ୍ତୀୟ ସ୍ଥିତି ନିୟନ୍ତ୍ରଣରେ ରହିବ ସେନେଇ କମିଟି ଗୁରୁତ୍ୱାରୋପ କରିଥିଲା । ତେବେ ରାଜ୍ୟର ଏହି ମଡେଲକୁ ପ୍ରଶଂସା ମିଳିବା ପରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି ।

Leave a Reply