ଅଭାବନୀୟ ଘଟଣା ! ପାହାଡ଼ ଉପରୁ ମିଳିଲା ନର କଙ୍କାଳ, ପାଖରେ ପଡ଼ିଛି ମହିଳାଙ୍କ ଅନ୍ତବସ୍ତ୍ର…

ଗଞ୍ଜାମ: ଅଭାବନୀୟ ଘଟଣା । ପାହାଡ଼ ଉପରୁ ମିଳିଲା ନର କଙ୍କାଳ । ଏହି ଖବର ପ୍ରଚାରିତ ହେବା ପରେ ଦେଖିବାକୁ ଲୋକଙ୍କ ଭିଡ଼ ଜମିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଲା । ପୋଲିସ ନର କଙ୍କାଳକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଉକ୍ତ ସ୍ଥାନକୁ ସାଧାରଣ ଲୋକଙ୍କୁ ଜୀବାକୁ ବାରଣ କରିଛି ।

ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନର କଙ୍କାଳ ପାଖରେ ମହିଳା ଅନ୍ତଃବସ୍ତ୍ର ଓ କିଛି ଚୁଡ଼ି ସହ ଖପୁରୀ ମଧ୍ୟ ଜବତ ହୋଇଛି । ଏହା ଜଣେ ମହିଳାଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ କେହି କେହି ଏହାକୁ ଦୁଷ୍କର୍ମ ପରେ ହତ୍ୟା ବୋଲି ସନ୍ଦେହ କରିଛନ୍ତି ।

ତେବେ ପୋଲିସର ଏକ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିଛି । ଖୁବ୍‌ ଶୀଘ୍ର ଏହି କଙ୍କାଳର ତଥ୍ୟ ସାମ୍ନାକୁ ଆସିବ । ଏହି କଙ୍କାଳ ଜଣେ ପୁରୁଷ କିମ୍ବା ମହିଳାଙ୍କର ତାହା ମଧ୍ୟ ଜଣାପଡ଼ିବ । ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି କି ନାହିଁ ସେନେଇ ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ କେବେଠାରୁ ମୃତ୍ୟୁ ହୋଇଛି ଏବଂ କିପରି ହୋଇଛି ତାହା ଜଣାପଡ଼ିବ ବୋଲି ପୋଲିସ କହିଛି । ସାଇଣ୍ଟିଫିକ୍‌ ଟିମ୍‌ ସହ ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ମଧ୍ୟ ତଦନ୍ତରେ ସହଯୋଗ କରୁଛି ।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡ଼ି ନିକଟ ପାହାଡ଼ ଉପରୁ ଏହି ନରକଙ୍କାଳ ଉଦ୍ଧାର କରାଯାଇଛି ।

Leave a Reply