ସରକାରଙ୍କ ଅତିରିକ୍ତ ବଜେଟର ଫୋକସରେ ‘ମୋ ସରକାର’

1 min read

ଭୁବନେଶ୍ୱର : ବିଧାନସଭାରେ ଆଗତ ହୋଇଛି ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ । ବଜେଟର ମୋଟ୍‌ ବ୍ୟୟ ବରାଦ ହେଉଛି ୮,୧୨୬ କୋଟି ୩୨ ଲକ୍ଷ ଟଙ୍କା । ଅତିରିକ୍ତ ବଜେଟରେ ଫୋକସରେ ରହିଛି ‘ମୋ ସରକାର’ କାର୍ଯ୍ୟକ୍ରମ ଓ ପୁରୀର ଭିତ୍ତିଭୂମି ବିକାଶ ଓ ଉନ୍ନତୀକରଣ । ଏହା ସହ ନକ୍ସଲ ଅଞ୍ଚଳରେ ରାସ୍ତାଘାଟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ଏହି ଅତିରିକ୍ତ ବଜେଟ ଆଜି ଅପରାହ୍ନରେ ବିଧାନସଭାରେ ଆଗତ କରିଥିଲେ। ବଜେଟରେ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ୪୦ଲକ୍ଷ ବ୍ୟୟବରାଦ କରାଯାଇଥିବା ବେଳେ ମୋ ସରକାର ଯୋଜନା ପାଇଁ ୪.୬ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି, ସାମାଜିକ ନିରାପତ୍ତା ପାଇଁ ୫୦୧ କୋଟି, ରାସ୍ତା ନିର୍ମାଣ ଓ ଉନ୍ନତୀକରଣ ପାଇଁ ୭୩୦ କୋଟି ଟଙ୍କା, ପୁରୀର ମୌଳିକ ସୁବିଧା ଓ ଐତିହ୍ୟ ସ୍ଥାପନ ଓ ଉନ୍ନୟନ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୭୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନକ୍ସଲ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ୧୬୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ପଶ୍ଚିମାଞ୍ଚଳରେ ବିଜୁ ଏକ୍ସପ୍ରେସ୍ ଦ୍ୱାରା ସଂଯୋଗୀକରଣ ପାଇଁ ୧୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ସେତୁ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଅପପୃଷ୍ଟିର ତ୍ୱରିତ ହ୍ରାସ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ')}

Leave a Reply