ବିଶ୍ୱ ଦେଖିବ, ଦିଲ୍ଲୀ ରାସ୍ତାରେ କଳାହାଣ୍ଡି ଲୋକନୃତ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ରାସ୍ତାରେ ଦେଖିବାକୁ ମିଳିବ ଓଡ଼ିଶାର ଉତ୍କର୍ଷ କଳା । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲ୍ଲା ବଜାସାଲ ନୃତ୍ୟଦଳ ଜାତୀୟ ପେରେଡ଼ରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜପଥ ଜାତୀୟ ପେରେଡ଼ରେ କଳାହାଣ୍ଡିର ବଜାସାଲ ଲୋକନୃତ୍ୟ ପରିବେଷଣ କରିବେ କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା ଅନୁଷ୍ଠାନ’ ।

ପ୍ରଦର୍ଶିତ ହେବ ଓଡ଼ିଆ କଳାସଂସ୍କୃତି । ୨୦୨୧ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥ ପ୍ୟାରେଡ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବ ପ୍ରତିଭା ଅନୁଷ୍ଠାନ । କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନ କୋଲକତା ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବେଷଣ କରିବ ବଜ୍‌ସାଲ ନୃତ୍ୟ ।

ପ୍ରତିରକ୍ଷା ମନ୍ତ୍ରାଳୟର ତତ୍ୱାବଧାନରେ କଳାକାର ମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୂଡାନ୍ତ ହୋଇଛି | ଏଥିପାଇଁ ଆସନ୍ତା 3 ତାରିଖ ଦିନ 80 ଜଣିଆ ନୃତ୍ୟଦଳ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ବର୍ତ୍ତମାନ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିଅମ ଠାରେ ଜାରି ରହିଛି କଳାକାରଙ୍କ ଅଭ୍ୟାସ । ପୂର୍ବ ଭାରତର ଏକମାତ୍ର ଦଳ ଭାବରେ କଳାହାଣ୍ଡିର ବଜ୍‌ସାଲ ମନୋନୀତ ହୋଇଥିବାରୁ ସମଗ୍ର ଓଡିଶା ଗର୍ବିତ ହୋଇଛି ।

Leave a Reply