Odisha Corona Updates: ଟ୍ୱିନ୍ ସିଟି ହେଲା ହଟସ୍ପଟ୍, ପୁରୀରେ ବି ସ୍ଥିତି ଅଣାୟତ୍ତ

1 min read

ଭୁବନେଶ୍ୱର: ରାଜ୍ୟରେ ଶେଷ ୨୪ ଘଣ୍ଟାରେ ୩୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ ରାଜ୍ୟରେ ବଢୁଥିବା ସଂକ୍ରମଣର ପରମ୍ପରା ଆଜି ମଧ୍ୟ ଦେଖିବାକୁ ମିଳୁଛି । ଗତକାଲିର ସଂକ୍ରମଣର ସଂଖ୍ୟା ଥିଲା ୩୭୪୮ । ତେବେ ଆଜି ସଂକ୍ରମଣ କାଲି ତୁଳନାରେ ବଢିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩୧୫ ରହିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ଖୋର୍ଦ୍ଧା ସଂକ୍ରମଣ ତାଲିକାରେ ଶୀର୍ଷରେ ରହି ଆସୁଛି । ଆଜି ମଧ୍ୟ ୬୮୭ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ୨ୟ ସ୍ଥାନରେ ରହିଛି କଟକ ଜିଲ୍ଲା । କଟକ ଜିଲ୍ଲାରୁ ୩୯୨ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୭୪, ବରଗଡରୁ ୧୬୯, ଭଦ୍ରକରୁ ୮୨, ବଲାଙ୍ଗିରରୁ ୧୮୦, ବୌଦ୍ଧରୁ ୪୧, ଦେଓଗଡ଼ରୁ ୧୮, ଢେଙ୍କାନାଳରୁ ୧୦୧, ଗଜପତିରୁ ୧୮, ଗଞ୍ଜାମକୁ ୯୫, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୧୪୮, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୪, କନ୍ଧମାଳରୁ ୫୭, କେନ୍ଦ୍ରପଡ଼ାରୁ ୧୪୭, କେନ୍ଦୁଝର ୮୧, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୯୬, ପୁରୀ ୩୩୨, ରାୟଗଡ଼ାରୁ ୫୮, ସମ୍ୱଲପୁରରୁ ୧୦୪, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଟ୍ୱିନ୍ ସିଟରେ ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ପରିଚାଳନାଗତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଅର୍ଥାତ୍ ଗଞ୍ଜାମ ମଡେଲରେ ଏବେ ଭୁବନେଶ୍ୱର-କଟକକୁ ସ୍ପେଶାଲ୍ ଫୋକସ୍ ଦିଆଯିବ । ରାଜଧାନୀ ସଂକ୍ରମଣର ମାତ୍ରା ଏବେ ବେକାବୁ ହେବାକୁ ବସିଲାଣି । ବିଏମସି, ସିଏମସି ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଏବେ ସଂକ୍ରମଣ ରୋକିବା ଉପରେ ରହିବ । ସେହିଭଳି ଟ୍ୱିନ୍ ସିଟିର ଆଢୁଆଳରେ ପୁରୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ଏ ପ୍ରତି ପ୍ରଶାସନର ତୀକ୍ଷ୍ଣ ଦୃଷ୍ଟି ଯାଇପାରିନାହିଁ । ପୁରୀରେ ଏବେ ଦୈନିକ ସାଢେ ତିନି ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଲୋକସଂଖ୍ୟା ଦୃଷ୍ଟିରୁ ପୁରୀ ଏକ ଛୋଟ ସହର ହୋଇଥିବା ହେତୁ ସଂକ୍ରମିତଙ୍କ ସଂଖ୍ୟା ଆସନ୍ତା ଦିନମାନଙ୍କରେ କ୍ଷୀପ୍ର ବେଗରେ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏଯାବତ୍ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟିଂ ହୋଇସାରିଛି ।  ସେହିଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୧୮୨ ହୋଇଥିବା ବେଳେ ୧ ଲକ୍ଷ ୫ ହଜାର ୨୯୫ ଜଣ ସୁସ୍ଥ ହୋଇସାରିଲେଣି । ଅନ୍ୟପକ୍ଷରେ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧ ।

 

Leave a Reply