Odisha Corona Updates: ଶେଷ ୨୪ ଘଣ୍ଟାରେ ୬୪୪ ସଂକ୍ରମିତ, ୧୭ ମୃତ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟରେ ଏବେ ପୁରା ନିୟନ୍ତ୍ରଣରେ ଅଛି । ଯଦିଓ ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି କିଛି ରାଜ୍ୟରେ କରୋନା ୨ୟ କିମ୍ୱା ୩ୟ ପର୍ଯ୍ୟାୟରେ ପହଞ୍ଚିଲାଣି, ରାଜ୍ୟ ସରକାରଙ୍କ ବ୍ୟବସ୍ଥିତ ପଦ୍ଧତି ଯୋଗୁଁ ଆମେ କରୋନା ମୁକାବିଲାରେ ସଫଳ ହେଉଛେ । ରାଜ୍ୟରେ ଦୈନିକ ସଂକ୍ରମଣର ସଂଖ୍ୟା ଏବେ ୬ଶହ ପାଖାପାଖି ରହୁଛି । ଯାହା ଜାତୀୟ ସ୍ତରରେ ଖୁବ୍ କମ୍ ରାଜ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୬୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୭୫ । ତେବେ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକରୁ ସର୍ବାଧିକ ସଂକ୍ରମିତ, ୬୪ ଜଣ ପଜିଟିଭ୍ ଜଣାପଡିଛି । ଅନ୍ୟ ପ୍ରମୁଖ ସଂକ୍ରମିତ ଜିଲ୍ଲାଗୁଡ଼ିକ ହେଲେ, ସୁନ୍ଦରଗଡ଼(୬୨), ନୂଆପଡ଼ା(୩୬), ଖୋର୍ଦ୍ଧା(୪୯), କେନ୍ଦୁଝରରୁ(୪୨), ଅନୁଗୁଳ(୫୦), କଳାହାଣ୍ଡ(୩୫) ଓ ବଲାଙ୍ଗିରରୁ ୩୨ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହିଭଳି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ସମ୍ୱନ୍ଧୀତ ସୂଚନା ମଧ୍ୟ ରହିଛି ।

ଶେଷ ୨୪ ଘଣ୍ଟାରେ ରାଜ୍ୟରେ ୧୭ ଜଣ ରୋଗୀ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ରାଜ୍ୟ ଏବେ ୬୭୮୬ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଏଯାବତର ସମୁଦାୟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫ । ଏଥିପାଇଁ ରାଜ୍ୟ ସରକାର ୫୭ ଲକ୍ଷ ୩୨ ହଜାର ୫୯୦ କରୋନା ଟେଷ୍ଟ କରିସାରିଛନ୍ତି ।

Leave a Reply