ରାଜ୍ୟରେ ଦିନକରେ ୬୬୮ ସଂକ୍ରମିତ ଚିହ୍ନଟ ଓ ୧୭ ମୃତ

1 min read

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପୂର୍ବରୁ ଦିନକରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ କିନ୍ତୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ଖସି ହଜାର ତଳେରେ ପହଞ୍ଚିଛି । ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୬୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୮୫, ୨୮୩ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛି ।

ସୋମବାର ଦିନ ଚିହ୍ନଟ ହୋଇଥିବା ସମୁଦାୟ ୬୬୮ ସଂକ୍ରମିତ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୬୮, ଖୋର୍ଦ୍ଧାରୁ ୫୬, ସୁନ୍ଦରଗଡ଼ରୁ ୫୫, ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, କେନ୍ଦୁଝର ଓ ବାଲେଶ୍ୱରରୁ ୩୮ଜଣ ଲେଖାଏଁ, କଟକରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ କରୋନାରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୪ହଜାର ୬୨୯ ହୋଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୬୫୭ ରହିଛି । ତେବେ କରୋନାରୁ ସମୁଦାୟ ୩ଲକ୍ଷ ୫ହଜାର ୮୧୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେସ୍ ୭ହଜାର ୧୦୬ ରହିଛି ।

Leave a Reply