ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

2 min read

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୧୨ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୫୯ରେ ପହଞ୍ଚିଛି । ଗଂଜାମ, କେନ୍ଦୁଝର, କନ୍ଧମାଳ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ, ଗଜପତି, ବାଲେଶ୍ୱର, ବରଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  ।

ସୋମବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୨ଜଣ ସଂକ୍ରମିତ ହେଉଛନ୍ତି ୪୮ ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୬୧ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି  । ମୃତ୍ୟୁବରଣ କରିଥିବା ସମସ୍ତ ସଂକ୍ରମିତ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏହାସହ କେନ୍ଦୁଝରୁ ମୃତ୍ୟୁ ବରଣ କରିଥିବା ୨ଜଣ ସଂକ୍ରମିତ ହେଉଛନ୍ତି ୭୯ ବର୍ଷିୟ, ଓ ୬୦ ବର୍ଷିୟ ପୁରୁଷ । କନ୍ଧମାଳରୁ ୫୫ବର୍ଷିୟ ଓ ୬୦ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ଭୁବନେଶ୍ୱରରୁ ୬୦ ବର୍ଷିୟ ଓ ୬୭ବର୍ଷିୟ ପୁରୁଷଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହାସହ ବରଗଡ଼ରୁ ୬୦ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ରୁ ୫୫ବର୍ଷିୟ ମହିଳାଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ସେମାନେ ପୂର୍ବରୁ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ । ସେହିଭଳି ବାଲେଶ୍ୱରୁ ୫୭ବର୍ଷିୟ ପୁରଷ  ଓ ଗଜପତିରୁ ୫୯ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ସେ ମଧ୍ୟ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ୨୮ଟି ଜିଲ୍ଲାରୁ ୧୬୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଯାହା ମଧ୍ୟରେ କ୍ୱାରେଣ୍ଟାଇନରୁ ୧୦୧୮ ଓ ଲୋକାଲ କେସ ୬୨୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୯୩ରେ ପହଞ୍ଚିଛି । ରାଜ୍ୟରେ ଆଜି କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୬୯୭ ସୁସ୍ଥ ହୋଇଥିବା ବେଳେ ୧୫ ହଜାର ୧୮୯ଟି ସକ୍ରିୟ ମାମଲା ରହିଛି ।

Leave a Reply