ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

1 min read
Odisha Corona Update, 262 More corona Patient Recovered In State

ଭୁବନେଶ୍ୱର: ରାଜ୍ୟ ପାଇଁ ଭଲ ଖବର । ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ୨୬୨ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ସୁସ୍ଥ ରହିଛନ୍ତି । ତେବେ ରାଜ୍ୟରେ ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ଏଥିପାଇଁ ଓଡ଼ିଶାରେ କରୋନା ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି । ସମସ୍ତ ସୁସ୍ଥଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇ, ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି । ଆଜିର ୨୬୨ଙ୍କୁ ମିଶାଇ ରାଜ୍ୟରେ ଏବେ ୬୪୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

ତେବେ ଏହି ୨୬୨ ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୭୩ ରହିଥିବା ବେଳେ, ଗଜପତିର ୪୯, ଗତସିଂହପୁରର ୨୫, ରାୟଗଡ଼ାର ୧୬, କଟକର ୧୫, ବରଗଡ଼ର ୧୪, ଖୋର୍ଦ୍ଧାର ୧୩, ଭଦ୍ରକର ୧୨, ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮ ଜଣ ସୁସ୍ଥ ହୋଇଛନ୍ତି ।

ଖାଲି ସେତିକି ନୁହେଁ ଯାଜପୁର ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply