ରାଜ୍ୟରେ ଗତ ୨୪ଘଣ୍ଟାରେ ୪୧୮୯ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଚିଂ, ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ। ରାଜ୍ୟରେ ଲଗାତାର ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୧ ଶହ ୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୨ ହାଜର ୪ ଶହ ୫୩ କେସ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୭ ଶହ ୩୬। ସେହିପରି କରୋନା ନେଇଛି ଆଉ ୧୧ ଜୀବନ । ଗତକାଲି ୪୨୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୧୮୯ ସଂକ୍ରମିତ । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୭୧୨ ଓ କଟକରୁ ୫୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୭ , ବାଲେଶ୍ୱରରୁ  ୧୫୦ , ବରଗଡ଼ରୁ ୧୨୮, ଭଦ୍ରକରୁ ୩୪, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୭୭, ଦେଓଗଡ଼ରୁ ୧୨, ଢେଙ୍କାନାଳରୁ ୫୪, ଗଜପତିରୁ ୨, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୧୦୪ , ଯାଜପୁରରୁ ୧୮୭, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୧୦୫ , କନ୍ଧମାଳରୁ ୭୪, କେନ୍ଦ୍ରାପଡ଼ାରୁ ୧୨୬ , କେନ୍ଦୁଝରରୁ ୩୩, କୋରାପୁଟରୁ ୬୩, ମାଲକାନଗିରିରୁ ୭୨, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୫୮, ପୁରୀରୁ ୨୬୫ , ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୧୩, ସୁନ୍ଦରଗଡ଼ରୁ ୨୦୧, ସୋନପୁରରୁ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୮ହଜାର ୩୧୧ରେ ପହଞ୍ଚିଛି । ମଙ୍ଗଳବାରେ ରାଜ୍ୟରେ ଆଉ ୧୧ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୪୯ ହଜାର ୩୭୯ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୧୫୮ଟି ସକ୍ରିୟ ମାମଲା ରହିଛି ।

Leave a Reply