ଚାଷୀ ସଂଗଠନ ଡାକରା; ଡିସେମ୍ବର ୮ ଭାରତ ବନ୍ଦକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଦେଇଛି ଭାରତବନ୍ଦ ଆହ୍ୱାନ । ଡିସେମ୍ବର ୮ ତାରିଖ ଅର୍ଥାତ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରୁଥିବା ସ୍ପଷ୍ଟ କରିଛି   । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ କୃଷି ଆଇନକୁ ବିରୋଧ କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତିସଂଗତ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

କୃଷକମାନଙ୍କର ବୃହତର ହିତ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୱାର୍ଡ ସ୍ତରରୁ ଆରମ୍ଭ କରି ଗ୍ରାମ, ପଞ୍ଚାୟତ, ବ୍ଲକ, ପୌରପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଞ୍ଚଳ ପରିଷଦ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ କଂଗ୍ରେସର ସମସ୍ତ କର୍ମକର୍ତ୍ତା , ବିଧାୟକଗଣ, ସାଂସଦ, ପ୍ରାକ୍ତନ ସାଂସଦ, ମନ୍ତ୍ରୀ ଓ ବିଧାୟକ, ବରିଷ୍ଠ ନେତୃମଣ୍ଡଳୀ, ଜିଲ୍ଲା କଂଗ୍ରେସ ସଭାପତି ଉପସ୍ଥିତ ରହିବେ ବୋଲି କହିଛନ୍ତି ପିସିସ ସଭାପତି ।

ସେହିପରି ଏଆଇସିସି ଓ ପିସିସି ସଭ୍ୟ, ସମସ୍ତ ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନର ରାଜ୍ୟ ଓ ଜିଲ୍ଲାର ମୁଖ୍ୟ ଓ କର୍ମକର୍ତ୍ତା ମାନେ ଓ ତ୍ରିସ୍ତରୀୟ ଜନପ୍ରତିନିଧିମାନଙ୍କୁ ପିସିସି ସଭାପତିଙ୍କ ମାର୍ଗଦର୍ଶନ ଦେଇଥିବା ବେଳେ ସ୍ୱତଃପ୍ରବୃତ ବନ୍ଦରେ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ସଫଳ କରିବା ଲାଗି ଓଡିଶାବାସୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Leave a Reply