ନଭେମ୍ବର ୨୬ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ…କେନ୍ଦ୍ରର ଚାଷୀ ଓ ଶ୍ରମିକ ମାରଣ ନୀତିକୁ ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତା ୨୬ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ନୂତନ ଚାଷୀ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ଏଥିସହ ୪୪ ଶ୍ରମ ଆଇନକୁ ସଂଶୋଧନ କରି ଲେବର କୋଡ଼ କରିଛନ୍ତି, ତାକୁ ମଧ୍ୟ ପ୍ରତ୍ୟାହାର ଦାବି ହୋଇଛି । ସେହିପରି ରାଷ୍ଟ୍ରୟତ୍ତ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ କରିବାର ଚକ୍ରାନ୍ତକୁ ମଧ୍ୟ ବିରୋଧ କରାଯାଇଛି । ଏହାକୁ ସବୁ ସ୍ୱାଧୀନ ମହାସଂଘ ସମର୍ଥନ କରୁଛନ୍ତି ।

ତେବେ ନଭେମ୍ବର ୨୬ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି । ବିଭିନ୍ନ ଶ୍ରମିକ ସଂଗଠନ ପିସିସି ସଭାପତିଙ୍କୁ ଭେଟି ସହଯୋଗ ମାଗିବା ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ସବୁଜ ସଂକେତ ଦେଇଛନ୍ତି ନିରଂଜନ ପଟ୍ଟନାୟକ । ଏଥିପାଇଁ ଦଳର ବିଭିନ୍ନ ଛାମୁଆ ସଂଗଠନ ଜିଲ୍ଲାରୁ ଆରମ୍ଭ କରି ବ୍ଲକ ଯାଏ ଭାରତ ବନ୍ଦକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ।

Leave a Reply