ସିବିଆଇ କ’ଣ ଘରେ ଶୋଇଥିଲା କି ? କାହିଁକି ଏମିତି ଛିଗୁଲେଇଲେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି…

ଭୁବନେଶ୍ୱର : ସିବିଆଇ କ’ଣ ଶୋଇଥିଲା । ଚିଟଫଣ୍ଡ ପ୍ରସଙ୍ଗ କେଉଁ ବର୍ଷର ହେଲାଣି । ସିବିଆଇ କ’ଣ ଘରେ ଶୋଇଥିଲା କି  । ସିବିଆଇ ଡ୍ରାମା କରୁଛି । ଠିକ୍ ଭାବେ ତଦନ୍ତ କରୁନାହିଁ । ସିବିଆଇ ସମ୍ପୂର୍ଣ୍ଣ ଡ୍ରାମା କରୁଛି । ଏହି କଥା କହିଛନ୍ତି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଶୁକ୍ରବାର ପୂର୍ବାହ୍ନରୁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଉ ଚଢଉ ଉପରେ ମନ୍ତବ୍ୟ ଦେଇ ବାହିନୀପତି ଏହା କହିଛନ୍ତି ।

ସିବିଆଇ ଚଢଉ ପ୍ରସଙ୍ଗକୁ ତାରା ବାହିନୀପତି ସିଧାସଳଖ ଭାଜପାର ଚାଲ ବୋଲି ଅଭିହିତ କରିଛନ୍ତି । ସେ କୁହନ୍ତି ଯେ, ଦେବୀ ବାବୁଙ୍କର କୌଣସି ଅସୁବିଧଆ ହେବନି । ସିବିଆଇର ଏହା ଗୋଟିଏ ଡ୍ରାମା ।

ଅପରପକ୍ଷରେ ସିବିଆଇ ଚଢଉକୁ ନେଇ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ୨୦୧୩ ମସିହାରୁ ଚାଲିଥିବା ଏକ ମାମଲା ନେଇ ସିବିଆଇ ପକ୍ଷରୁ ଚଢଉ କରାଯାଇଛି । ୭ ବର୍ଷ ଧରି ଚାଲିଥିବା ଏକ ଅନୁସନ୍ଧାନରେ ଆସିଥିଲେ । ଆଗରୁ ମଧ୍ୟ ଅନୁସନ୍ଧାନ ହୋଇଥିଲା । ମନ୍ତ୍ରୀ ଥିବା ସମୟରେ ଯାହା ନିଷ୍ପତ୍ତି ହୋଇଥିଲା, ତାହା ସବୁ ସରକାରୀ ନିଷ୍ପତ୍ତି । କୌଣସି ନିଜସ୍ୱ ନିଷ୍ପତ୍ତି ନୁହେଁ । । କରୋନା କାରଣରୁ ସେ ଆଇସୋଲେସନରେ ଥିବା ଦେବୀ କହିଛନ୍ତି । ଅନୁରୂପଭାବେ ସିବିଆଇ ଦେବୀପ୍ରସାଦ ମିଶ୍ରଙ୍କୁ ସିଧାସଳଖ କିଛି ପ୍ରଶ୍ନ ପଚାରିନାହାନ୍ତି । ସେ କିଛି କାଗଜପତ୍ର ଦେଖିଲେ, ଆଉ ଚାଲିଗଲେ । ୨୦୧୩ ମସିହାରୁ ଚାଲିଥିବା ତଦନ୍ତ ସହଯୋଗ କରିଆସୁଥିବା ଦେବୀ କହିଛନ୍ତି ।

ସେହିପରି ଅନ୍ୟତମ କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ସିବିଆଉ ଚଢଉକୁ ଛିଗୁଲେଇଛନ୍ତି । ସେ କହିଛନ୍ତି ଯେ, ସିବିଆଇ କେନ୍ଦ୍ରର ଶାରୀ । କେନ୍ଦ୍ର ଯେମିତି କହିବ, ସେମିତି କରିବ । କେନ୍ଦ୍ରର ହାତବାରିସୀ ସିବିଆଇ । ମୋଦିଙ୍କ ଚାଲ ବୁଝିବା କଷ୍ଟ ବୋଲି ସୁର କହିଛନ୍ତି ।

Leave a Reply