ଖୁସି ଖବର: ରାଜ୍ୟରେ ୧୦ଲକ୍ଷ ଟପିଲା କରୋନା ଟେଷ୍ଟିଂ

1 min read

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ।  ସୁଧୁରୁଛି ସ୍ଥିତି ନିୟନ୍ତ୍ରଣକୁ ଆସୁଛି କରୋନା । ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଟେଷ୍ଟିଂ କମ୍ ଥିବାବେଳେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ଏବେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଏବେ କରୋନା ଟେଷ୍ଟିଂ ବଢିଛି କିନ୍ତୁ ସଂକ୍ରମିତ ସଂଖ୍ୟା କମ୍ ରହିଛି ଯାହା ରାଜ୍ୟବାସୀଙ୍କ ପାଇଁ ଆସ୍ୱସ୍ଥିକର ଖବର । ଟେଷ୍ଟିଂ ବଢିଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ରହିଛି । ଗତ ୨୪ ଘଣ୍ଚା ମଧ୍ୟରେ ୫୦ହଜାର ୫୨୫ ନମୁନା ଟେଷ୍ଟ କରାଯାଇଛି ।

ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଟେଷ୍ଟିଂ ହୋଇଛି । ୪୫ ହଜାର ୩୪୩ ଆଣ୍ଟିଜେନ ଓ ୫ହଜାର ୧୦୬ RTPCR ପରୀକ୍ଷା ହୋଇଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୬୫୪୦ ନମୁନା ପରୀକ୍ଷା ହୋଇଛି । ସେପଟେ ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ଟେଷ୍ଟିଂ ହୋଇଥିବାରୁ ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply