ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି: ଓଡ଼ିଶୀ ସଙ୍ଗୀତ ପାଇଁ ଶାସ୍ତ୍ରୀୟ ମାନ୍ୟତା ଦାବି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖ୍ରୀଷ୍ଟପୂର୍ବ ୨୦୦ ଶହ ଶତାଦ୍ଧୀ ପୂରୁଣା ସଙ୍ଗୀତ ‘ଓଡ଼ିଶା’କୁ କେନ୍ଦ୍ର ସରକାର ଏଯାବତ୍ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେଇନାହାନ୍ତି । ନିଜସ୍ୱ ଧୁନ୍ ଓ ରାଗ ଥିବା ଏହି ସଙ୍ଗୂତର ଇତିହାସ ଏବେକୁ ପ୍ରାୟ ୨ହଜାର ବର୍ଷ ପୁରୂଣା ହେଲେ ମଧ୍ୟ ଏହା ଏବେ ମଧ୍ୟ ଜାତୀୟ ସ୍ତରରେ ନିଜର ନାର୍ଯ୍ୟ ଦାବି ପାଇ ପାରିନାହିଁ । ଶାସ୍ତ୍ରୀୟ ଲିପି, ଗୀତି ପଦ୍ଧତି ଓ ବିକଶିତ ବ୍ୟାକରଣର ବ୍ୟବହାର କ୍ଷେତ୍ରରେ ଓଡ଼ିଶୀ ସଙ୍ଗୀତ କୌଣସି ଗୁଣରେ କମ୍ ନୁହେଁ ।

ମୁଖ୍ୟତଃ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବା ପାଇଁ ଏହି ସଙ୍ଗୀତ କୌଣସି ଗୁଣରେ ମଧ୍ୟ ଊଣା ନୁହେଁ । କେନ୍ଦ୍ର ସରକାରଙ୍କର ଏହି ସଙ୍ଗୀତ ପ୍ରତି ନିଷ୍କ୍ରିୟ ଆଭିମୁଖ୍ୟ ସତ୍ତ୍ୱେ ମଧ୍ୟ ଆନୁଷ୍ଠାନିକ ଭାବେ ଏହି ସଙ୍ଗୀତର ମର୍ଯ୍ୟାଦାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ଓଡ଼ିଶୀକୁ ଆନୁଷ୍ଠାନିକ ମହତ୍ତ୍ୱ ଦେଇଛନ୍ତି । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ପ୍ରଖ୍ୟାତ ଅନୁଷ୍ଠାନ ଓଡ଼ିଶୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସଙ୍ଗୀତର ମାନ ବଢ଼ାଇଛି ।

ଏହାବ୍ୟତୀତ ୧୯୯୯ ମସିହାରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତକୁ ଏକ ନୂଆ ଦିଗନ୍ତ ଦେଇଛି ।ଅନ୍ୟପକ୍ଷରେ ଓଡ଼ିଶାର କଳାକାରଙ୍କର ଦେଶର କଳା ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି । ସଙ୍ଗୀତ, କଳା, ସଂସ୍କୃତି କ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଆ କଳାକାରମାନେ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ମଧ୍ୟ ହାତେଇଛନ୍ତି ।

ଏସବୁ ଦେଶ ପାଇଁ ନିହାତି ପକ୍ଷେ ଗର୍ବର ପ୍ରସଙ୍ଗ । ତେଣୁ ଓଡ଼ିଶୀ ନୃତ୍ୟକୁ ଜାତୀୟସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ପକ୍ଷରେ ଏଭଳି ହେବା ସମ୍ଭବପର ହୋଇନାହିଁ । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗକୁ ଉଠାଇବା ପାଇଁ ଗତ ସେପ୍ଟେମ୍ୱର ୨ ତାରିଖରେ ନିଷ୍ପତ୍ତି ନେଇଥିଲେ । ଏଣୁ ଅନୁରୋଧ ଏହା ଯେ ଉପରୋକ୍ତ ପ୍ରସଙ୍ଗକୁ ଗୁରୁତ୍ୱର ନେଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ । ରାଜ୍ୟର କଳା ଓ ସଙ୍ଗୀତପ୍ରେମୀଙ୍କର ଏହା ଏକ ଦୀର୍ଘଦିନର ସ୍ୱପ୍ନ ଅଟେ ।

Leave a Reply