କରୋନାକୁ ହରାଇଥିବା ଗୋପିନାଥଙ୍କ ସହ କଥା ହେଲେ ନବୀନ, କହିଲେ…

Odisha CM Naveen, Talk with Gopinath Who Defeat Corona In age of 81 year

ଭୁବନେଶ୍ୱରକରୋନାକୁ ହରାଇଥିବା ରୋଗୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସୋମାବାର ଜଣେ ୮୧ ବର୍ଷୀୟ ବ୍ୟକ୍ତି କରୋନା ରୋଗରୁ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି । ରୋଗ ସହ ଲଢ଼େଇ କରି ବିଜୟ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ୮୧ ବର୍ଷୀୟ ଯୋଦ୍ଧାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି ଏବଂ ତାଙ୍କର ଭଲ ମନ୍ଦ ପଚାରି ବୁଝିଛନ୍ତି ।

ଏହି ବୃଦ୍ଧ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ତଳଇନ୍ଦ୍ରଗଡା ଗ୍ରାମର ୮୧ ବର୍ଷୀୟ ଗୋପୀନାଥ ଡାକୁଆ । ପରିଣତ ବୟସରେ ସେ ଯେପରି ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ୱାସର ସହ କୋଭିଡ୍‌ର ମୁକାବିଲା କରି ସୁସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରି କହିଛନ୍ତି ନବୀନ ।

Gopinath

କୋଭିଡ ମହାମାରୀରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ୮୧ ବର୍ଷୀୟ ବ୍ୟକ୍ତି କୋଭିଡ୍‌କୁ ହରାଇଛନ୍ତି । ସାଧାରଣତଃ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ପାଇଁ କରୋନା ସଂକ୍ରମଣ ସମ୍ବେଦନଶୀଳ ହୋଇଥାଏ । ତେବେ ଏହି ୮୧ ବର୍ଷୀୟ ବ୍ୟକ୍ତ କରୋନା ସହ ଦୀର୍ଘ ୧୫ ଦିନ ଲଢ଼େଇ କରି ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଥଣ୍ଡା ଓ କାଶ ଯୋଗୁଁ ସେ ପ୍ରଥମେ ଇନ୍ଦ୍ରଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପରେ କୋଭିଡ୍‌ ଲକ୍ଷଣ ଦେଖାଯିବାରୁ ତାଙ୍କୁ କଳିଙ୍ଗ ମଡେଲ୍‌ ଆବାସିକ ସ୍କୁଲରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ୍ ଟେଷ୍ଟରେ ପଜିଟିଭ୍‌ ଆସିବାରୁ ତାଙ୍କୁ ଗତ ୪ ତାରିଖରେ ଫୁଲବାଣୀ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା ।

ତାଙ୍କର କୋଭିଡ୍ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । କରୋନା ସଂକ୍ରମିତଙ୍କ ପାଇଁ ଗୋପୀନାଥ ଆଶା ଓ ସାହସିକତାର ଜ୍ୱଳନ୍ତ ଉଦାହାରଣ । ବାର୍ଦ୍ଧକ୍ୟ ଓ ଅନ୍ୟ ଅସୁସ୍ଥତା ସତ୍ତ୍ୱେ ସେ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି ।

Leave a Reply