ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ବ୍ରେକ ଲାଗିଥିବା ବିକାଶମୂଳକ କାର୍ଯ୍ୟ ଏବେ ଗଡିବ ନନଷ୍ଟପ

1 min read

ଭୁବନେଶ୍ୱର: ପୁଣି ରାଜ୍ୟରେ ଗଡ଼ିବ ବିକାଶର ରଥ । କରୋନା ପାଇଁ ରାଜ୍ୟରେ ବ୍ରେକ ଲାଗିଥିବା ବିକାଶମୂଳକ କାର୍ଯ୍ୟକୁ ନନଷ୍ଟପ ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ମନ୍ତ୍ରୀମାନେ ମଧ୍ୟ ପୁଣିଥରେ ନିଜ ବିଭାଗକୁ ଚଳ ଚଞ୍ଚଳ କରିବାକୁ ପ୍ରସ୍ତୁତ କରିଛନ୍ତି ଲମ୍ବା ଲିଷ୍ଟ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଏବେ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା । ରାଜ୍ୟରେ କରୋନା ପ୍ରକୋପ କମିଥିବାରୁ ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ମର୍ମରେ ଶୁକ୍ରବାର ସଂନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜନିଜ ବିଭାଗର ବିକାଶମୂଳକ ଓ ଲୋକାଭିମୁଖୀ ଯୋଜନକୁ ସଫଳତାର ସହ ତ୍ୱରାନିତ କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଏହାସହ ପଞ୍ଚମ ପାଳିରେ ନୂଆ ଓଡ଼ିଶା ଗଠନ ଲାଗି ଯେଉଁସବୁ ପ୍ରତିଶ୍ରୃତି ଦିଆଯାଇଥିଲା ତାହାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପର ଅଗ୍ରଗତି ସର୍ମ୍ପକରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ ମନ୍ତ୍ରୀମାନେ ଆଗମୀ ଦିନରେ ନିଜ ନିଜ ବିଭାଗ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ । ଏହସହ ଦୁଇମାସରେ ଥରେ ପୁଣି ନିଜନିଜ ବିଭାଗ ରିର୍ପୋଟ ପ୍ରସ୍ତୁତ କରି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେପଟେ ଦେଢବର୍ଷ ଭିତରେ ମନ୍ତ୍ରୀମାନେ ନିଜର ପାରିଦର୍ଶିତା ଓ ନିଜ ବିଭାଗକୁ ନେଇ କେତେ କ୍ରୀୟାଶୀଳ, ତାହା ଏହି ଆଲୋଚନା ମୂଳଲକ୍ଷ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । କୋଭିଡ-୧୯ ପାଇଁ ୮ମାସର ବ୍ରେକ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ସରକାରୀସ୍ତରରେ ସକ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି । ଯେଉଁଥି ପାଇଁ ନିଜେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଗ୍ରାଉଣ୍ଡଙ୍କୁ ଯାଇ ସମୀକ୍ଷା କରିବା ସହ ମନ୍ତ୍ରୀମାନଙ୍କୁ ମଧ୍ୟ ତାଗିତ କରି ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।

Leave a Reply