କ୍ୱିଜ୍ ମାଷ୍ଟର ନବୀନ, ଜାଣିଛନ୍ତି କି କେଉଁ ଫଟୋ ଦେଇ କଣ ପଚାରିଥିଲେ ମୁଖ୍ୟମନ୍ତ୍ରୀ ?

1 min read

ଭୁବନେଶ୍ୱର: ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଟ୍ୱିଟ୍‌ ଆଜି ସାରାଦିନ ଚର୍ଚ୍ଚାରେ ଥିଲା । ନବୀନ ଟ୍ୱିଟ୍ କରି ଲେଖିଥିଲେ ଯେ, ମୁଁ ଅନେକ ସ୍ଥାନ ଭ୍ରମଣ କରିଛି । କିନ୍ତୁ ଓଡ଼ିଶାର ସୌନ୍ଦର୍ଯ୍ୟ ମତେ ସବୁବେଳେ ମନ୍ତ୍ରମୁଗ୍ଧ କରଆସିଛି । ଏ ଲେଖା ସହିତ ମୁଖ୍ୟମନ୍ତ୍ରୀ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଲେଖିଥିଲେ, ଏ ସୁନ୍ଦର ପ୍ରାକୃତିକ ଦୃଶ୍ୟ କେଉଁ ଜାଗାର ଆପଣମାନେ ଅନୁମାନ କରିପାରିବେ କି ? ଏ ରାସ୍ତାଟି କେଉଁ ସ୍ଥାନର ? ସନ୍ଧ୍ୟା ୬ଟାରେ ଉତ୍ତର ଦିଆଯିବ । ଠିକ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ପଚାରିଥିବା ନିଜ ପ୍ରଶ୍ନର ଉତ୍ତର ନିଜେ ରଖିଛନ୍ତି । ଏହି ସୁନ୍ଦର ଫଟୋଟି ହେଉଛି ଜୟପୁର-ମାଲକାନଗିରି ରାସ୍ତାର । ସଠିକ ଉତ୍ତର ଓ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟକୁ ହଜାର ହଜାର ଲୋକ ରି-ଟ୍ୱିଟ୍ ଓ ଲାଇକ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ନୂଆଦିଗ ଦେଖାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବା ସହ ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି ।

Leave a Reply