ପୁଣି ପ୍ରଶ୍ନ ପଚାରି ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ପ୍ରକୃତିପ୍ରେମୀ, କବିତା ପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ପ୍ରଶ୍ନ ପଚାରି ମନ ଜିଣିଲେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ମନଲୋଭା ପରିବେଶର ଫଟୋ ଦେଇ ଟ୍ୱିଟରରେ ପ୍ରଶ୍ନ ପଚାରୁଥିବା ମୁଖ୍ୟମନ୍ତ୍ରୀ ପୁଣି କବିତାକୁ ନେଇ କୁଇଜ୍ କରିଛନ୍ତି । ‘ନୀଳ ପାରାବାର ଅଦୂରେ ଗାଏ ଅମର ଗୀତ, ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ’ ପଂକ୍ତିକୁ ମୁଖ୍ୟମନ୍ତ୍ରୀ କୋଣାର୍କ ବେଳାଭୂମିର ଭିଡିଓ ସହ ପୋଷ୍ଟ କରି କବିଙ୍କ ନାମ ପଚାରିଥିଲେ ।

ଏଥିସହ ପଢ଼ନ୍ତୁ ଝଲସୁଛି ବେଳାଭୂମି, ପୁରୀ କୋଣାର୍କ ମେରିନ୍ ଡ୍ରାଇଭରେ ଆରମ୍ଭ ହେଲା ୪୯ ଦିନିଆ ଉତ୍ସବ

ଆଉ ଏହାର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ବଭଳି ରଖିଛନ୍ତି । ସନ୍ଧ୍ୟା ୬ଟାରେ ଟ୍ୱିଟ୍ କରି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କବିବର ରାଧାନାଥ ରାୟଙ୍କ ଏହି ଉଚ୍ଚକୋଟିର ସୃଜନ ସୃଷ୍ଟି ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଧାନାଥ ରାୟ ଓଡ଼ିଶାର ପ୍ରାକୃତିକ ଦୃଶ୍ୟରାଜିକୁ ନିଜ ରଚନାରେ ଖୁବ୍ ସୁନ୍ଦର ଭାବେ ଦର୍ଶାଉଥିଲେ ।

ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟକୁ ରି ଟ୍ୱିଟ୍, ଲାଇକ୍ କରିବା ସହ ପ୍ରଶ୍ନର ଉତ୍ତର ରଖିଥିଲେ । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । କୋଣାର୍କ ବେଳାଭୂମିରେ ଇକୋ ରି-ଟ୍ରିଟ୍ ଉତ୍ସବ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ନିଶ୍ଚୟ ।

https://nandighoshatv.comodisha-cm-naveen-pattnaik-asks-question-to-guess-a-place/

Leave a Reply