ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସସୀମା ୩୩ରୁ ୪୮ ବର୍ଷକୁ ବୃଦ୍ଧି । କୃଷି ନୀତି “ସମୃଦ୍ଧି”କୁ କ୍ୟାବିନେଟ୍ ମଞ୍ଜୁରୀ

1 min read

ଭୁବନେଶ୍ୱର : କୃଷକଙ୍କ ଆୟର ନିରନ୍ତର ଅଭିବୃଦ୍ଧିକୁ ନିଶ୍ଚିତ କରିବା । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା । କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ କରାଇବା ଉଦ୍ଦେଶ୍ୟରେ ନୂଆ କୃଷି ନୀତି “ସମୃଦ୍ଧି” ୨୦୨୦କୁ ଆଜି କ୍ୟାବିନେଟର ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ଚାଷୀ ମାନଙ୍କ ଆୟକୁ ବହୁଗୁଣିତ କରିବା ସହ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃଆ କୃଷିନୀତି ପ୍ରଣୟନ ହୋଇଛି ।

ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୭ ଧାରା ୩ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବାର ଥିଲା । ତେବେ ଗତ ୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ଓଡ଼ିଆ ବିଶ୍ଵବିଦ୍ୟାଳୟର ମୁଖ୍ୟାଳୟକୁ ସତ୍ୟବାଦୀକୁ ସ୍ତାନାନ୍ତରଣ କରାଯିବା ଏ ସେଠାରେ ସ୍ଥାପନ ନେଇ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ୨କୋଟି ୧୫ଲକ୍ଷ ୬୪ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ରୁଲରେ ସଂସୋଧନ କରାଯାଇଛି । ୫-ଟି ଓ ମୋ ସରକାରରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ
ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି ଦିଆଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ଗୃପ-ଏ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଆକଳନ ମୁଖ୍ୟ ଶାସନ ସଚିବ କରିବେ  । ଗୃପ -ବି ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ । ସେହିପରି ରାଜସ୍ବ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବ  । ଡିପ୍ଲୋମା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ  । ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯିବା ନେଇ କ୍ୟାବିନେଟ୍ ମୋହର ବାଜିଛି।

Leave a Reply