ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ: ତିର୍ତ୍ତୋଲରେ ୫୬୨୬ ଭୋଟରେ ଆଗୁଆ ବିଜୟ ଶଙ୍କର

1 min read

ବାଲେଶ୍ୱର, ତିର୍ତ୍ତୋଲ:  ସରିଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଛି । ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସରିଲା ବେଳକୁ ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୫୧୩୧, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ୧୯୩୫, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୯୫୦୫ ଭୋଟ ପାଇଛନ୍ତି ।

ତେବେ ବାଲେଶ୍ୱରରେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୦୪୦୧, ବିଜେପି ପ୍ରାର୍ଥୀ ମାନସ ଦତ୍ତ ୮୯୧୫ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୧୨୬୫ ଭୋଟ ପାଇଛନ୍ତି । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୯୯ ଭୋଟ ପାଇଛନ୍ତି ।

 

କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ଚାଲିଛି । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି । ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଉପଲବ୍ଧ ରହିଛି । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ଚାଲିଛି ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡ଼ିଛି । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା ହୋଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ ।

ତୃତୀୟ ରାଉଣ୍ଡରେ ପହଞ୍ଚିଛି ଭୋଟ ଗଣତି । ଉଭୟ ବିଧାନସଭା ଆସନରେ ଏଯାବତ୍ ବିଜେଡି ଆଗୁଆ ରହିଛି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଛି ।

Leave a Reply