ପୁଣି କୋଭିଡ୍‌ ନିୟମ ଭାଙ୍ଗିଲା ବିଜେପି, ରାଜ୍ୟ କାର୍ଯ୍ୟାଳୟରେ ଆଗଧାଡ଼ିର ନେତା ମାନିଲେନି କରୋନା କଟକଣା

Odisha BJD Allegation On BJD Violates Covid Guidelines

ପୁଣି କୋଭିଡ୍‌ ନିୟମ ଭାଙ୍ଗିଲା ବିଜେପି । ସାମ୍ବାଦିକ ସମ୍ମିଳନୀ ସମୟରେ ବିଜେପି ଭୁଲିଗଲା ସାମାଜିକ ଦୂରତା । ସାରା ଦେଶ ସମେତ ରାଜ୍ୟ କରୋନା ସଂକମଣକୁ ନେଇ ଚିନ୍ତିତ ଥିବା ବେଳେ ବିଜେପି ବାରମ୍ବାର କୋଭିଡ୍‌ ନିୟମ ଭାଙ୍ଗୁଛି । ଏମିତିକି ନେତାମାନେ ବାରମ୍ବାର ଏଥିପାଇଁ ଜୋରିମାନା ଦେବା ପରେ ବି ସୁଧୁରିବାର ନାଁ ଧରୁନାହାନ୍ତି ।

ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ବିଜେପିର ବଡ଼ ବଡ଼ ନେତା ମାନେ ସାମାଜିକ ଦୂରତା ନିୟମ ମାନିନଥିବା ଦେଖାଯାଇଛି । ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ସହ ମାସ୍କ ମଧ୍ୟ ପିନ୍ଧିନଥିଲେ ବିଜେପି ନେତା ।

Covid 19ତେବେ ଏନେଇ ଅଭିଯୋଗ କରିଛି ବିଜେଡି । ବିଜେପିର ବାରମ୍ବାର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛି ବିଜେଡି । କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମଖୁପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା । ଏଭଳି ଆଚରଣ ଖୋଦ୍‍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କୋଭିଡ୍‌ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ୍‌ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ୱ କଟକଣାକୁ ଉପହାସ କରୁଛି । ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ୱେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ ।

Covid 19

ଓଡିଶାବାସୀଙ୍କ ଆଗରେ ସକରାତ୍ମକ ଉଦାହରଣ ରଖିବା ପରିବର୍ତ୍ତେ ବିଜେପି ନେତାମାନେ କୋଭିଡ୍‌ ମାର୍ଗଦର୍ଶିକା ସଂକ୍ରାନ୍ତରେ ନକରାତ୍ମକ ଉଦାହରଣମାନ ରଖିବାରେ ଲାଗି ପଡ଼ିଛନ୍ତି । ଆମେ ସେମାନଙ୍କୁ ଦାୟିତ୍ୱ ସମ୍ପନ୍ନ ଆଚରଣ ପାଇଁ ଆହ୍ୱାନ ଦେବା ସହିତ ତାହା ଆଶା କରୁଛୁ । କିନ୍ତୁପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ବିଜେପି ନେତାମାନେ ଜାଣିଶୁଣି କରୋନା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।

ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ପହଞ୍ଚିଛି । ଓଡିଶାର ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି
କହିଛନ୍ତି । କରୋନାକୁ ନେଇ ଆମେ ରାଜନୀତି କରିବା ଉଚିତ୍‍ ନୁହେଁ । ତେଣୁ ଏଭଳି ରାଜନୀତିରୁ ବିରତରହିବା ପାଇଁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି ।

Leave a Reply