ଏଣିକି ପିପିଲିକୁ ଗଡ଼ିବ ମୋ ବସ୍‌

Odisha Bhubaneswar News, Mo Bus will Run to Pipili from 23rd june

ଭୁବନେଶ୍ୱର: ଏଣିକି ଭୁବନେଶ୍ୱରରୁ ପିପିଲିକୁ ଗଡ଼ିବ ମୋ ବସ୍‌ । ଆସନ୍ତା ୨୩ ତାରିଖ ଠାରୁ ଏହି ନୂଆ ରୁଟ୍‌ ଆରମ୍ଭ ହେବ । ଏନେଇ ପ୍ରଭନ୍ଧକ ଦିପ୍ତି ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନେକ ଦିନରୁ ଲୋକଙ୍କ ଏହା ଦାବି ରହି ଆସିଥିଲା । ତେଣୁ ଲୋକଙ୍କ ଯାତାୟତ ସୁବିଧାକୁ ଆଖି ଆଗରେ ରଖି ଏହି ନୂଆ ରୁଟ୍‌ (୩୩ ନମ୍ବର)ରେ ବସ୍ ଗଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ମୋ ବସ୍‌ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରୁ ଚାନ୍ଦୁଆ ସହର ପିପିଲି ପର୍ଯ୍ୟନ୍ତ ଗଡ଼ିବ । ଏହି ନିଷ୍ପତ୍ତି ଦ୍ୱାରା ପର୍ଯ୍ୟଟକଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ ।

ସର୍ବମୋଟ୍‌ ୪ଟି ବସ୍‌ ୩୩ଟି ବସ୍‌ ଷ୍ଟପ୍‌ ମଧ୍ୟରେ ଯାତ୍ରା କରିବ । ପ୍ରଥମ ବସ୍‌ ସକାଳ ୭ଟାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ବାହାରିବ ଏବଂ ଶେଷ ବସ୍‌ ସନ୍ଧ୍ୟା ୫.୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ । ଠିକ୍‌ ସେହିଭଳି ପିପିଲିରୁ ସକାଳ ୭.୪୫ରେ ପ୍ରଥମ ବସ୍‌ ବାହାରିବ ଏବଂ ଶେଷ ବସ୍‌ ସନ୍ଧ୍ୟା ୭ଟାରେ ବାହାରିବ ।

ତେବେ ୨୩ ତାରିଖ ପ୍ରଥମ ଦିନ ଗୋଟିଏ ବସ୍‌ ଏହି ରୁଟ୍‌ରେ ଗଡ଼ିବ ବୋଲି ଦିପ୍ତି ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ରୁଟ୍‌ରେ ସର୍ବାଧିକ ଟିକଟ ମୂଲ୍ୟ ୩୦ ଟଙ୍କା ରହିଛି । ଖାଲି ସେତିକି ନୁହେଁ ସମସ୍ତ ଯାତ୍ରୀଙ୍କୁ ସଠିକ୍‌ ଖୁଚୁରା ଟଙ୍କା ଦେବା ପାଇଁ ମଧ୍ୟ କୁହାଯାଇଛି । ନଚେତ୍‌ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଡିଜିଟାଲ୍‌ ପେମେଣ୍ଟ କରିପାରିବେ ।

ତେବେ ଏହି ସୁବିଧା ଉପଲବ୍ଧ ହେଲେ ଅନେକ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । କାରଣ ପିପିଲିରୁ ଅନେକ କର୍ମଜୀବୀ ନିୟମିତ ଭାବେ ଭୁବନେଶ୍ୱର ଆସିଥାନ୍ତି ଏବଂ ସନ୍ଧ୍ୟାରେ ପୁଣି ଘରକୁ ଫେରିଥାନ୍ତି । ତେବେ ସେହି ମାନଙ୍କ ପାଇଁ ଏହି ନିଷ୍ପତି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ।

Leave a Reply