ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କଲା ବିଏମ୍‌‌ସି, ନିୟମ ଭାଙ୍ଗିଲେ ହେବ ସିଲ୍‌ !

1 min read
Odisha Bhubaneswar News, BMC Raid In Private Hospitals

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ବିଏମ୍‌ସି । ଗୁରୁବାର ଞ୍ଚେଶ୍ୱରସ୍ଥିତ ବ୍ଲୁ-ହୁଇଲ୍ ନାମକ ଘରୋଇ ହସ୍ପିଟାଲରୁ ଏକାଥରକେ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା । ଏହାପରେ ଶୁକ୍ରବାର ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ‌ସକାଳୁ ବିଏମ୍‌ସିର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କରି କଭିଡ୍‌ ନିୟମ ପାଳନ ହେଉଛି କି ନାଇଁ ଯାଞ୍ଚ କରିବା ଆରମ୍ଭ କରିଛି ।‌

ରାଜ୍ୟ ତଥା ରାଜଧାନୀରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ସଂକ୍ରମଣ ଥିବାର କର୍ତୃପକ୍ଷଙ୍କ ନଜରକୁ ଆସିଛି । ଜନସ୍ୱାର୍ଥ ଦୃଷ୍ଟିରୁ ସଂକ୍ରମଣ ପ୍ରତିରୋଧ ଏବଂ ସଂକ୍ରମିତଙ୍କ ତୁରନ୍ତ ଯତ୍ନର ବ୍ୟବସ୍ଥା କରିବା କର୍ତୃପକ୍ଷଙ୍କ ଦାୟିତ୍ୱ ଥିବାବେଳେ ଅନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ କିପରି ସରକାରଙ୍କ ପ୍ରଣୀତ ନିୟମାବଳୀ ଅନୁସାରେ ସ୍ୱାସ୍ଥ୍ୟସେବା ଯୋଗାଇବେ ଏବଂ ଏଥିରେ ନିୟନ୍ତ୍ରଣ ଆଣିବେ ସେ ଦିଗରେ କଡ଼ା ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ।

କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଛି ଘରୋଇ ହସ୍ପିଟାଲ୍ ଗୁଡ଼ିକର ଯାଂଚ୍ ପ୍ରକ୍ରିୟା । ଯୁଗ୍ମଟିମ୍ ଗୁଡିକ ଯାଇଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଗୁଡିକ ହେଲା- କର କ୍ଲିନିକ୍‌, ନିଳାଚଳ ହସ୍‌ପିଟାଲ୍‌, ମୋହନ ଡାଇବେଟିକ୍ ସେଂଟର୍‌, କଳିଙ୍ଗ ହସ୍ପିଟାଲ୍‌, କେୟାର୍ ହସ୍‌ପିଟାଲ୍‌, ଆପୋଲ ହସ୍‌ପିଟାଲ୍‌, ଉସ୍ତି ହସ୍‌ପିଟାଲ୍‌, ହେଲ୍‌ଥ୍ ଭିଲେଜ ହସ୍‌ପିଟାଲ୍‌, ବିବେକାନନ୍ଦ ହସ୍‌ପିଟାଲ୍ ଏବଂ ରୁଚିକା ନର୍ସିଂ ହୋମ୍ ।

BMC

ତିନୋଟି ଯାକ ଜୋନ୍‌ର ଜୋନାଲ୍ ଡ଼େପୁଟି କମିଶନରଙ୍କ ଇଲାକାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ସରକାରଙ୍କ କୋଭିଡ଼୍‌-୧୯ ଗାଇଡ଼୍ ଲାଇନ୍ ଅନୁସାରେ ଆନୁଷ୍ଠାନିକ ଆଚରଣ ଯଥା- ରୋଗ ନିଦାନ, ଚିକିତ୍ସା, ଅସ୍ତ୍ରୋପ୍ରଚାର, କୋଭିଡ଼୍ ପାଇଁ ସ୍କ୍ରିନିଂ, ବିଶୋଧନ, ରୋଗୀଙ୍କ ବିବରଣୀ, ସନ୍ଦିଗ୍ଧଙ୍କ ବାବଦରେ କର୍ତୃପକ୍ଷଙ୍କୁ ସୂଚନା ଦେବା, ସାମାଜିକ ଦୂରତା, ବର୍ଜ୍ୟ ପରିଚାଳନା, ପାରିପାଶ୍ୱିର୍କ ପରିଚ୍ଛନ୍ନତା ଏବଂ ବିଶୋଧନ ଇତ୍ୟାଦି କରୁଛନ୍ତି କି ନାହିଁ ତାହା ଯାଂଚ୍ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଘରୋଇ ହସ୍ପିଟାଲ୍‌କୁ ଯାଇ ବୁଲି ଦେଖିଛନ୍ତି ।

Leave a Reply