କନ୍ୟା ରାଶି ବ୍ୟକ୍ତି ରୋଷେଇ ଘରେ ଖାଆନ୍ତୁ, ଦିନଟି ଭଲ କଟିବ !

1 min read

ମେଷ – ପରିବାର ସହିତ ସୁଖର ସମୟ କଟାଇବେ ।
ଦ୍ୱିଜା ନକ୍ଷେତ୍ର – ସାମାଜିକ ସ୍ତରରେ ନିଜର ଆଧିପତ୍ୟ ବଢ଼ିବ ।
କୃତ୍ତିକା ନକ୍ଷେତ୍ର – ଅନ୍ୟ କାହାଠାରୁ ଆର୍ଥିକ ସାହାଯ୍ୟ ନେବେ ।
ମହୁ ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ।

ବୃଷ:-
କୃତ୍ତିକା ନକ୍ଷେତ୍ର – ଆର୍ଥିକ ସ୍ଥିତି ମଜ୍‌ଭୁତ ରହିବ ।
ରୋହିଣୀ ନକ୍ଷେତ୍ର – ପରିଶ୍ରମର ଫଳ ମିଳିବ ।
ମୃଗଶିରା ନକ୍ଷେତ୍ର – ଖାସ୍‌ ଖୁସି ଖବର ମିଳିବ ।
ଲହୁଣୀ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

ମିଥୁନ:-

ମୃଗଶିରା ନକ୍ଷେତ୍ର – ବିଦ୍ୟାର୍ଥିଙ୍କୁ କର୍ମ ପ୍ରାପ୍ତିର ସମ୍ଭାବନା ।
ଆଦ୍ରା ନକ୍ଷେତ୍ର – ବିନା କାରଣରେ ଅଯ଼ଥା ଖର୍ଚ୍ଚ ହୋଇପାରେ, ଧ୍ୟାନରେ ରହିବେ ।
ପୁନର୍ବସୁ ନକ୍ଷେତ୍ର – ଆସୁଥିବା ଅର୍ଥ କୌଣସି କାରଣରୁ ଅଟକି ଯାଇପାରେ ।
ଶୁଖିଲା ଲଙ୍କା ଦାନ କରନ୍ତୁ ।

କର୍କଟ:-
ପୁନର୍ବସୁ ନକ୍ଷେତ୍ର – ଭ୍ରମଣ ଯ଼ୋଗ ରହିଛି ।
ପୁଷ୍ୟ। ନକ୍ଷେତ୍ର – ବନ୍ଧୁ ଧୋକା ଦେବେ ।
ଅଶ୍ଳଷା ନକ୍ଷେତ୍ର – ପ୍ରେମରେ ସଫଳ ହେବେ, ଖୁସି ମିଳିବ ।
ଡାଲଚିନି ପାଖରେ ରଖି ଯାତ୍ରା କରନ୍ତୁ ।

ସିଂହ:-
ମୃଘାସିଂହ ନକ୍ଷେତ୍ର – କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି ।
ପୂର୍ବାଷାଢା ନକ୍ଷେତ୍ର – ପିଲାଙ୍କ ସହିତ ଖୁସି ସମୟ ବିତିବ ।
ଉତ୍ତରଷାଢା ନକ୍ଷେତ୍ର – ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ କେହି ଠକିପାରନ୍ତି ।
୨ଟି ଲବଙ୍ଗ କର୍ପୁର ସହ ଜାଳିଦେବେ ।

କନ୍ୟା:-
ଉତ୍ତରାଷାଢା ନକ୍ଷେତ୍ର – ସରକାରୀ କାର୍ଯ୍ୟ କରୁଥିଲେ ଲାଭବାନ୍‌ ହେବେ ।
ହସ୍ତା ନକ୍ଷେତ୍ର – ଜରୁରୀ କାର୍ଯ୍ୟକୁ ଚେଷ୍ଟା କରି ସଫଳତା ପାଇବେ ।
ଚିତ୍ରା ନକ୍ଷେତ୍ର – ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଜମା କରନ୍ତୁନାହିଁ ।
ରୋଷେଇ ଘରେ ଖାଆନ୍ତୁ ।

ତୁଳା:-
ଚିତ୍ରା ନକ୍ଷେତ୍ର – ଅର୍ଥ ଉଧାର ଦେଉଥିଲେ ସମସ୍ୟା ଦେଖାଦେବ ।
ସ୍ୱାତୀ ନକ୍ଷେତ୍ର – ଆଧ୍ୟାତ୍ମିକ ଦିଗରେ ମନ ଲାଗିବ ।
ବିଶାଖା ନକ୍ଷେତ୍ର – ନୂଆ ଲକ୍ଷ ସ୍ଥଳରେ ପହଞ୍ଚିବେ ।
ଗଛ ମୂଳରେ ଗୁଡ ଜଳ ଅର୍ପଣ କରନ୍ତୁ ।

ବିଛା:-
ବିଶାଖା ନକ୍ଷେତ୍ର – ଲଭ ଲାଇଫ୍‌ରେ ନୂଆ ରଙ୍ଗ ଆସିବ ।
ଅନୁରାଧା ନକ୍ଷେତ୍ର – ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।
ଜ୍ୟୋଷ୍ଠା ନକ୍ଷେତ୍ର – ମାର୍କେଟିଂରେ ଥିଲେ ଫାଇଦା ମିଳିବ ।
ଅଶୋକ ବୃକ୍ଷକୁ ପରିକ୍ରମା କରନ୍ତୁ ।

ଧନୁ:-
ମୂଳା ନକ୍ଷେତ୍ର – କିଛି ଲେଖାଲେଖି ପ୍ରତି ମନ ବଳାଇବେ, ନୂଆ ପାଠ୍ୟ ପୁସ୍ତକ ପଢିବାର ସୁଯ଼ୋଗ ।
ପୂର୍ବାଷାଢ ନକ୍ଷେତ୍ର – ପୁରୁଣା ରୋଗରୁ ଆପଣଙ୍କର ପରିବାରର କେହି ସୁସ୍ଥ ହୋଇପାରନ୍ତି ।

ଉତ୍ତରାଷାଢା ନକ୍ଷେତ୍ର – ବିଦ୍ୟାର୍ଥିଙ୍କ ପାଇଁ ଦିନ ଅନୁକୁଳ ରହିବ ।
ପାରାଙ୍କୁ ଖାଦ୍ୟ ଦିଅନ୍ତୁ ।

ମକର:-
ଉତ୍ତରାଷାଢା ନକ୍ଷେତ୍ର – ଉଧାର ଟଙ୍କା ଫେରି ପାଇବେ ।
ଶ୍ରବଣା ନକ୍ଷେତ୍ର – ଶତ୍ରୁ କାର୍ଯ୍ୟରେ ବାଧା ଆଣିବେ ।
ଧନିଷ୍ଠା ନକ୍ଷେତ୍ର – ଅଧିକ ସମୟ ସନ୍ତାନଙ୍କ ସହିତ କଟିବ ।
ଗୋମାତାଙ୍କୁ କ୍ଷୀରି ଖୁଆଇବେ ।

କୁମ୍ଭ:-
ଧନିଷ୍ଠା ନକ୍ଷେତ୍ର – ଯାହା ଚାହିଁବେ ଆଜି ପାଇବେ ।
ଶତଭିଷା ନକ୍ଷେତ୍ର – ଅନେକ ଦିନରୁ ଅପେକ୍ଷାରେ ଥିବା ଖବର ପ୍ରାପ୍ତି ହେବ ।
ପୂର୍ବଭାଦ୍ରପଦ ନକ୍ଷେତ୍ର – ନୂତନ କାର୍ଯ୍ୟକ୍ରମ ହାତକୁ ନେବେ ।
ପାଠ୍ୟ ପୁସ୍ତକ ଦାନ କରନ୍ତୁ ।

ମୀନ:-
ପୂର୍ବଭାଦ୍ରପଦ ନକ୍ଷେତ୍ର – ଋଣ ପରିଶୋଧ କରିବେ ।
ଉତ୍ତରାଭାଦ୍ରପଦ ନକ୍ଷେତ୍ର – ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ରେବତୀ ନକ୍ଷେତ୍ର – ଶରୀର ଅସୁସ୍ଥ ରହିବ, ଜଗି ରଖି ଚଳନ୍ତୁ ।
ହନୁମାନ ଚାଳିଶା ପାଠ କରନ୍ତୁ ।

Leave a Reply