ବିଧାନସଭା ମୌସୁମୀ ଅଧିବେଶନ, କାଲିଠୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ

Odisha Assembly Monsoon Session All Party Meeting Ends

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଦିନ ଗୃହ କାର୍ଯ୍ୟ ଦିନ ୧୧ଟାରେ ଆରମ୍ଭ ହେବ । ତା’ପରଠାରୁ ଗୃହ ଦିନ ୧୦ଟାରୁ ଆରମ୍ଭ ହେବ । ପ୍ରତିଦିନ ୨ଟି ସିଟିଂରେ ଗୃହ ଚାଲିବ । ଦିନ ୧୦ଟାରୁ ଗୋଟାଏଁ ଯାଏଁ ପ୍ରଥମ ସିଟିଂ ଓ ଦିନ ୩ଟାରୁ ୫ଟା ଯାଏଁ ଦ୍ୱିତୀୟ ସିଟିଂ ଅଧିବେଶନ ବସିବ ।

Odisha Assembly Monsoon Session All Party Meeting Ends

କରୋନା ସଙ୍କଟ ମଧ୍ୟରେ ଆଉ ୪ ଦିନ ପରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । କାଲିଠାରୁ ସମସ୍ତ ବିଧାୟକଙ୍କ କୋଭିଡ୍ ଟେଷ୍ଟ କରାଯିବ । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ବିଧାୟକ ଅଧିବେଶନରେ ଯୋଗଦେବେ । ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ସାମ୍ବାଦିକଙ୍କ କରୋନା ଟେଷ୍ଟ ହେବ । ସବୁ ଗଣମାଧ୍ୟମର ଗୋଟିଏ ଲେଖାଏଁ ଟିମ୍ ବିଧାନସଭା ଆସିପାରିବେ, ସେମାନଙ୍କର ଟେଷ୍ଟ କରାଯିବ ।

Odisha Assembly Monsoon Session All Party Meeting Ends

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ । ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ  ସାମିଲ ହୋଇଥିଲେ । ଆଜି ସର୍ବଦଳୀୟ ବୈଠକ ପୂର୍ବରୁ ପୂର୍ବରୁ ଉପସ୍ଥିତ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ।

Leave a Reply