ଦ୍ୱିତୀୟ ଦିନରେ ବିଧାନସଭାରେ ହଟ୍ଟଗୋଳ

1 min read

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି । ନାରୀ ନିର୍ଯାତନାକୁ ନେଇ ଆଜି ବି ଗୃହ ଅଚଳ ହୋଇଛି । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ହୋହଲ୍ଲା କରିଛନ୍ତି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ରଖିଛନ୍ତି ।

ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାରେ ବିରୋଧୀ ମୁଲତବି ପ୍ରସ୍ତାବ ଆଣିଥିଲେ । ଯାହାର ଶୀର୍ଷକ ଥିଲା ‘ରହସ୍ୟ ଘେରରେ VLW ସ୍ମିତାରାଣୀ ଆତ୍ମହତ୍ୟା ପ୍ରସଙ୍ଗ, ତଦନ୍ତ କରି ଉନ୍ମୋଚନ ପାଇଁ ପ୍ରଶାସନ ଓ ପୋଲିସର ଆନ୍ତରିକତା ନାହିଁ’ । ଏହା ଉପରେ ଶୂନ୍ୟକାଳ ପରେ ଆଲୋଚନା ହୋଇଥାନ୍ତା । ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥାନ୍ତେ ।

ତେବେ, ବିରୋଧୀ ଶୂନ୍ୟକାଳକୁ ଅପେକ୍ଷା ନକରି ପ୍ରଶ୍ନକାଳରେ ଆଲୋଚନା ପାଇଁ ଅଡ଼ି ବସିଥିଲେ । ବ୍ୟାନର ଦେଖାଇ ବିରୋଧ ପ୍ରଦର୍ଶନ କରିବାକୁ ଗୃହ ଚାଲିପାରି ନାହିଁ । ')}

Leave a Reply