୬ ହଜାର ୪ ଶହ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ: ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

1 min read

ଭୁବନେଶ୍ୱର: ୬ ହଜାର ୪ଶହ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମତି ।  ୫ ହଜାର ୩ଶହ ୫୮ କୋଟି ଟଙ୍କାର ପୁଞ୍ଜିନିବେଶକୁ ହାଇ ଲେଭେଲ୍ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଯାହା ଦ୍ୱାରା ରାଜ୍ୟରେ ମୋଟ ୪ ହଜାର ୬ ଶହ ୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ହାଇ ଲେଭେଲ୍ କ୍ଳିଏରାନ୍ସ ଅଥରିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୩୫୮ କୋଟି ଟଙ୍କାର ମେଟାଲ, ସିମେଣ୍ଟ ଏବଂ ରିଫାଇନାରୀ , ପେଟ୍ରୋକେମିକାଲ ସେକ୍ଟର ୩ ବଡ଼ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ଏହା ଦ୍ୱାରା ୩ ହଜାର ୬ଶହ ୬୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

          ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ଅଥରିଟିରେ ୧୦୮୫ କୋଟି ମୂଲ୍ୟର ୫ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୯୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ କରୋନା ସତ୍ତ୍ୱେ ରାଜ୍ୟରେ ପୁଞ୍ଜି ନିବେଶ ଜାରି ରହିଛି । ଗତ ଫ୍ରେବୃଆରୀ ୨୦୨୦ଠାରୁ ଏଯାବତ୍ ମୋଟ ୧ ଲକ୍ଷ ୧୯ହଜାର କୋଟିର ପୁଞ୍ଜିନିବେଶ ନେଇ ଓଡ଼ିଶା ସରକାର ଆକୃଷ୍ଟ କରିପାରିଛନ୍ତି ।

          ଅପରପକ୍ଷରେ  ପୁଞ୍ଜି ନିବେଶ ନେଇ ଶିଳ୍ପାନୁଷ୍ଠାନଗୁଡ଼ିକୁ ଆକୃଷ୍ଟ କରିବା ଦିଗରେ କାର୍ଯ୍ୟ କରୁଥିବା ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍(IPICOL)କୁ ସଫଳତା ମିଳିଛି । ଇନ୍‌ଭେଷ୍ଟମେଣ୍ଟ ପ୍ରମୋସନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୦ ରାଜ୍ୟର ଏଜେନ୍ସି ଗୁଡ଼ିକ ମଧ୍ୟରେ IPICOL ଶ୍ରେଷ୍ଠ ପ୍ରଦର୍ଶକ (Top Performer) ହୋଇଛି ।

Leave a Reply