କୋଭିଡ୍ ଟିକାକରଣ ପାଇଁ ପ୍ରସ୍ତୁତ ରହିଛି ରାଜ୍ୟ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଭ୍ୟାକ୍ସିନ ଆସିବା ପୂର୍ବରୁ ରାଜ୍ୟ ସରକାରମାନେ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ଏହି କ୍ରମରେ ଓଡ଼ିଶା ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସେ କହିଛନ୍ତି ଯେ, କୋଭିଡ ଟିକାକରଣ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା  । ନୀତି ଆୟୋଗ ଗାଇଡ୍‌ଲାଇନ୍‌ ଅନୁଯାୟୀ ଯୋଜନା ପ୍ରସ୍ତୁତ ହୋଇଛି । ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି । ୮ହଜାର ୩ଶହ ସ୍ବାସ୍ଥ୍ୟକର୍ମୀ ଟିକା ଦେବେ  ।

ଟିକାକରଣ ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି  । ଟିକାକରଣ ପାଇଁ ୩୦ହଜାର କେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଏନ୍‌ଜିଓ, ଏନ୍‌ସିସି ଓ ନାଗରିକ ସଂଗଠନ ଏହି ଟିକାକରଣରେ ସହଯୋଗ କରିବେ ।

Leave a Reply