ଭ୍ୟାକ୍ସିନ୍ ତିଆରି ଟିମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ବୈଜ୍ଞାନିକ, ଜାପାନରେ ଚାଲିଛି ଗବେଷଣା

1 min read

କରୋନା ସଂକ୍ରମଣ ଓ ଏହାର ପ୍ରତିଶେଧକ ନେଇ ଜାପାନରେ ଚାଲିଛି ଗବେଷଣା । ଏହି ଗବେଷଣାରେ ସାମିଲ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ । କୋଭିଡ-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକା ନେଇ ଗବେଷଣା ଚାଲିଥିବାବେଳେ ଜାପାନର ସେଣ୍ଟର ଫର ବାୟୋସିଷ୍ଟମସ ଡାଇନାମିକ୍ସ ରିସର୍ଚ୍ଚ ଏ ଦିଗରେ ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଛି । ଅନୁଷ୍ଠାନର ଆଦିତ୍ୟ ଓ ଅନ୍ୟ ଅନୁଷ୍ଠାନର ଦୁଇଜଣ ସଦସ୍ୟ ୟୁମିଫେନଭର ନାମରେ ଏକ ଔଷଧ ନେଇ ଗବେଷଣା ଚଳାଇଛନ୍ତି । ବିଶ୍ୱରେ ଆମେରିକା ଓ ଋଷିଆ ତୁଳନାରେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା କମ ରହିଥିଲା । କାରଣ ସେମାନେ ଏହି ଔଷଧର ବ୍ୟବହାର କରିଥିଲେ ବୋଲି କୁହାଯ଼ାଉଛି କିନ୍ତୁ ଏହା ଏପର୍ଯ଼୍ୟନ୍ତ ପ୍ରମାଣିତ ହୋଇନାହିଁ ।

Corona Vaccine

ତେବେ ଏହି ଔଷଧର ରହିଥିବା ରସାୟନ ଏବଂ କରୋନା ଭୂତାଣୁକୁ ରୋକିବାରେ ଏହା କେତେଦୂର ସହାୟକ ହେବ ସେନେଇ ଚଳାଇଛନ୍ତି ଗବେଷଣା । ଗବେଷଣା କରୁଥିବା ଏହି ଟିମରେ ଅଛନ୍ତି ରାୟଗଡ଼ାର ଓଡ଼ିଆ ବୈଜ୍ଞାନିକ ଆଦିତ୍ୟ କୁମାର ପାଢୀ । ଏହି ଟିମରେ ଅନ୍ୟ ଦୁଇ ସଦସ୍ୟ ହେଲେ ଭୁବନେଶ୍ବର ନାଇଜରର ଛାତ୍ର ଅନିରୁଦ୍ଧ ସିଲ ଓ ନର୍ଥ ଇଷ୍ଟର୍ଣ୍ଣ ହିଲ ବିଶ୍ବବିଦ୍ୟାଳୟ ସିଲଂର ଆସିଷ୍ଟାଣ୍ଟ ପ୍ରଫେସର ତିମିର ତ୍ରିପାଠୀ । ତେବେ ମେଡିସିନ ନିର୍ମାଣ ସହିତ ଅନ୍ୟ ଦେଶରେ ନିର୍ମାଣ ହେଉଥିବା ଔଷଧରୁ କେତେ ସୁଫଳ ମିଳୁଛି ସେ ନେଇ ମଧ୍ୟ ଆଦିତ୍ୟଙ୍କ ଟିମ ଗବେଷଣା କରୁଛି । ଏଥିସହିତ କରୋନା ସଂକ୍ରମଣକୁ ନେଇ ମଧ୍ୟ ଚାଲିଛି ଗବେଷଣା ।

Leave a Reply